କୁମୁଲି ଜଗନ୍ନାଥ ମନ୍ଦିର ରେ ତାଲା ଭାଙ୍ଗି ଲକ୍ଷ୍ୟଧିକ ଟଙ୍କା ର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ।

ବି.ସିଂହପୁର , ୧୪/୦୪, ସୋମବାର ବିଲମ୍ବିତ ରାତି ରେ ବୋରିଗୁମ୍ମା ବ୍ଲକ ର କୁମୁଲି ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ରୁ ତାଲା ଭାଙ୍ଗି ଦୁର୍ବୁତ୍ତ ଲୁଟି ନେଲେ ଲକ୍ଷ୍ୟଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଏବଂ  ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା   CCTV ର ହାର୍ଡ ଡିସ୍କ  ଲୁଟ ହୋଇଥିବା ଅଭିଯୋଗ ହୋଇଛି।  ଗତ ରାତିରେ ଦୁର୍ବୁତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଳା ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ସୂଚନା ମିଳୁଛି  । ଘଟଣା ପରେ ମନ୍ଦିର ପରିସରରେ ଅସ୍ତବ୍ୟସ୍ତ ପରିସ୍ଥିତି ଦେଖାଦେଇଛି।ସକାଳେ ପୂଜା ପାଇଁ ଆସିଥିବା ଭକ୍ତମାନେ ମନ୍ଦିରର ଏହି ଅବସ୍ଥା ଦେଖି ଅବାକ ହୋଇଯାଇଥିଲେ। ଖବର ପ୍ରଚାର ପରେ ଶହ ଶହ ଜଗନ୍ନାଥ ପ୍ରେମୀ ମନ୍ଦିର ସମ୍ମୁଖରେ ଭିଡ଼ ଜମା କରିଥିଲେ।ତଦନ୍ତ କରି ଦୁର୍ବୁତ୍ତମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ପାଇଁ ଗ୍ରାମବାସୀ  ପୋଲିସ କୁ ନିବେଦନ କରିଛନ୍ତି।  ଘଟଣାକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବି.ସିଂହପୁର ଥାନାରେ ଲିଖିତ ଅଭିଯୋଗ ପରେ ବି.ସିଂହପୁର ପୋଲିସ ବୋରିଗୁମ୍ମା ଏସ୍ଡିପିଓ ଏବଂ କୋରାପୁଟ ରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ମନ୍ଦିରଟି ମାତ୍ର ଏକ ମାସ ତଳେ ପ୍ରତିଷ୍ଠା ହୋଇଥିଲା। ଏତେ କମ ସମୟ ମଧ୍ୟରେ ଏପରି ଚୋରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି l ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଭକ୍ତମାନେ ଶୀଘ୍ର ନ୍ୟାୟ ଦାବି କରୁଛନ୍ତି।ଘଟଣା ପରେ ମର୍ମାହତ ହୋଇ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଯୁବ ନେତା ଗୌତମ ସାମନ୍ତରାୟ ମନ୍ଦିରରେ ପହଞ୍ଚି ବି ସିଂହପୁର ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ଲୁଟେରା ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *