୫୬ ଜଣଙ୍କୁ ବାହା ହୋଇ ଲୁଟିଲା ସର୍ବସ୍ବ, ସାମ୍ନାକୁ ଆସିଲା ଚାଲାକ ଝିଅର କାରନାମା
ୟୁପିର ମୁରାଦାବାଦରେ ଜଣେ ୩୪ ବର୍ଷୀୟା ଝିଅର ଏପରି ଏକ ଚାଞ୍ଚଲ୍ୟକର କାରନାମା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହୋଇଯିବ। ପୁଅମାନଙ୍କୁ ବିବାହ କରିବା ଏବଂ ସେମାନଙ୍କୁ ଛାଡିବାରେ ଏହି ଝିଅଟି ସବୁ ରେକର୍ଡ ଭାଙ୍ଗି ଦେଇଛି। ସେ ଏପର୍ଯ୍ୟନ୍ତ ୫୬ ଜଣ ପୁଅଙ୍କୁ ବିବାହ କରିସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କୁ ଛାଡି ସାରିଛି। ବର୍ତ୍ତମାନ ସେ ୫୭ ତମ ଥର ପାଇଁ ଆଉ ଜଣେ ପୁଅ ସହିତ ଫେରାର ହୋଇଯାଇଛି।
ଏହି ଝିଅଟିର ନାମ ‘ଆରତୀ’ ବୋଲି କୁହାଯାଉଥିଲେ ମଧ୍ୟ ଏହା ତାର ପ୍ରକୃତ ନାମ ନୁହେଁ ବୋଲି ସନ୍ଦେହ କରାଯାଉଛି। କାରଣ ସେ ପ୍ରତିଥର ଜଣେ ନୂଆ ପୁଅକୁ ବାହା ହେବା ପୂର୍ବରୁ ନିଜର ନାମ ଓ ଠିକଣା ବଦଳାଇ ଦେଇଥାଏ। ଏପରିକି ସେ ନୂଆ ନୂଆ ନାମ ଏବଂ ଠିକଣା ଆଧାରରେ ନିଜର ନକଲି ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରିନିଏ। ପୋଲିସ ସୂଚନା ଅନୁଯାୟୀ, ଏହି ଚାଲାକ ଝିଅଟି ନିଜ ରୂପ ସୌନ୍ଦର୍ଯ୍ୟର ମାୟାଜାଲରେ ସହଜରେ ପୁଅମାନଙ୍କୁ ଫସାଇଥାଏ। ସେ ବିବାହ କରି ସେମାନଙ୍କ ସହ କିଛି ଦିନ ରହିବା ପରେ ବିଭିନ୍ନ ବାହାନା କରି ସେମାନଙ୍କୁ ଛାଡି ପଳାଇଥାଏ। ତେବେ ଫେରାର ହେବା ପୂର୍ବରୁ ସେ ସମସ୍ତଙ୍କ ଘରୁ ସୁନା ଅଳଙ୍କାର ଓ କିଛି ନଗଦ ଟଙ୍କା ଲୁଟି ନେଇଯାଇଥାଏ।
ଏହି ଠକେଇର ଶିକାର ହୋଇଥିବା କିଛି ପୁଅ ଥାନାରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ମୁରାଦାବାଦ ସ୍ଥାନୀୟ ପୋଲିସ ଏହି ଝିଅକୁ ଖୋଜୁଛି ଏବଂ ତାର ସନ୍ଧାନ ପାଇବା ପାଇଁ କିଛି ସୂଚନା ଥିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ନିବେଦନ କରିଛି।
୫୬ ଜଣଙ୍କୁ ବାହା ହୋଇ ଲୁଟିଲା ସର୍ବସ୍ବ, ସାମ୍ନାକୁ ଆସିଲା ଚାଲାକ ଝିଅର କାରନାମା
