ବିଜାପୁର ପଞ୍ଚାୟତ ରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ଅନ୍ତର୍ଗତ ବିଜାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ବାସୀଙ୍କ ବିଭିନ୍ନ ଅଭିଯୋଗ ର ଜନଶୁଣାଣି ଅନୁଷ୍ଠିତ ହୋଇଥିଲା l ବ୍ଲକ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଅଭିଯୋଗ ଗ୍ରହଣ କରିବା ସହ ଉପସ୍ଥିତ ଥିବା ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ମାନଙ୍କୁ ଆବଶ୍ୟକ ନିର୍ଦେଶ ଦେଇଥିଲେ l ଏହି ଅଭିଯୋଗ ଶୁଣାଣିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଜଳ ଯୋଗାଣ, ଆବାସ ଗୃହ, କୃଷି, ମନରେଗା ଯୋଜନା, ଭତ୍ତା, ପିଡିଏସ ଆଦି ବିଷୟରେ ଅଭିଯୋଗ ଦାଖଲ କରିଥିଲେ l ଏହି ଅଭିଯୋଗ ଶୁଣାଣି ରେ ୭ ଗୋଟି ଅଭିଯୋଗ ଦାଖଲ କରିଥିଲେ l ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ,ଏଇଇ ପ୍ରଧାନ,ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରାଜିନୀକାନ୍ତ ବେହେରା ଡ଼କ୍ଟର ଦିଲୀପ କୁମାର ନାଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ଵାଗତିକା ଗୋପାଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରିକା କଣ୍ଡାଙ୍ଗଳ, ବିସିସି ଆରହେଚ କାର୍ତିକ ନାୟକ , ବ୍ଲକ ମଙ୍ଗଳ ଅଧିକାରୀ ସୋନାଲି ନାୟକ,ସରପଞ୍ଚ ନୀଳାବତୀ ଜାନି , ସମିତି ସଭ୍ୟ ଭାଗିରଥି ମୁଦୁଲି ,ସମସ୍ତ ୱାର୍ଡ ମେମ୍ବ ର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଡିଇଓ ରିତା ପାଣି , ଉପସ୍ଥିତ ଥିଲାବେଳେ ଏହି କାର୍ଯ୍ୟକ୍ରମ କୁ ପିଇଓ ସୁଶ୍ରୀ ସଙ୍ଗୀତା ଧଳ ପରିଚାଳନା କରୁଥିଲେ l

Leave a Reply

Your email address will not be published. Required fields are marked *