
କେନ୍ଦ୍ର ବଜେଟ୍ ୨୦୨୬: କ’ଣ ଶସ୍ତା ହେଲା? ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କିଭଳି ରହିବ ପ୍ରଭାବ
ନୂଆଦିଲ୍ଲୀ: (ବ୍ୟୁରୋ ରିପୋର୍ଟ)କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ସାଧାରଣ ଜନତାଙ୍କୁ ଅନେକ ଆଶ୍ୱସ୍ତି ମିଳିଛି। ବିଶେଷ କରି ସ୍ୱାସ୍ଥ୍ୟ ସେବା, ଶକ୍ତି ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଗୁରୁତ୍ୱ ଦିଆଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଦର ହ୍ରାସ କରାଯାଇଛି।ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଆଶ୍ୱସ୍ତି:ବଜେଟରେ ଔଷଧର ମୂଲ୍ୟ ହ୍ରାସ କରି ସାଧାରଣ ଲୋକଙ୍କ ଉପରୁ ଚିକିତ୍ସା ଭାର ଲାଘବ କରିବାକୁ ପ୍ରୟାସ କରାଯାଇଛି।କ୍ୟାନସର ଔଷଧ: ୧୨ଟି ମାରାତ୍ମକ କ୍ୟାନସର ଔଷଧର ଦର ହ୍ରାସ ପାଇଛି।ଜଟିଳ ରୋଗ: ଅନ୍ୟ ୭ଟି ଜଟିଳ ରୋଗର ଔଷଧ ମଧ୍ୟ ଶସ୍ତା ହୋଇଛି।ଡାଇବେଟିସ୍: ମଧୁମେହ ବା ଡାଇବେଟିସ୍ ଔଷଧର ମୂଲ୍ୟରେ ହ୍ରାସ କରାଯାଇଛି।ଶସ୍ତା ହେଲା ଏହି ସବୁ ସାମଗ୍ରୀ:ବଜେଟରେ ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଟ୍ୟାକ୍ସ ହ୍ରାସ କରାଯାଇଛି:ପୋଷାକ ଓ ଚମଡ଼ା ସାମଗ୍ରୀ: କପଡ଼ା ଏବଂ ଚମଡ଼ା ଜୋତା ଶସ୍ତା ହୋଇଛି।ଇଲେକ୍ଟ୍ରୋନିକ୍ସ ଓ ଶକ୍ତି: ସୋଲାର ସାମଗ୍ରୀ ଏବଂ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବ୍ୟବହୃତ ଇ.ଭି ବ୍ୟାଟେରୀର ଦର ହ୍ରାସ ପାଇଛି।ଶିଳ୍ପ ଓ କ୍ରୀଡ଼ା: ମାଇକ୍ରୋ ଉଦ୍ୟାନ ଏବଂ ଖେଳ ସାମଗ୍ରୀ ଶସ୍ତା ହୋଇଛି।ଗ୍ୟାସ୍: CNG ଏବଂ ବାୟୋଗ୍ୟାସ୍ ମଧ୍ୟ ଶସ୍ତା ହୋଇଛି।ଅନ୍ୟାନ୍ୟ: ବ୍ୟାଗ୍, ସି-ଫୁଡ୍, ବିଦେଶ ଯାତ୍ରା ଏବଂ ବିଦେଶରେ ପାଠପଢ଼ା ମଧ୍ୟ ଶସ୍ତା ହୋଇଥିବା ଜଣାପଡ଼ିଛି।ବଜେଟର ମୁଖ୍ୟ ଆଭିମୁଖ୍ୟ:ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ଅନୁକୂଳ ଶକ୍ତି (Clean Energy) କୁ ପ୍ରୋତ୍ସାହିତ କରିବା ପାଇଁ ଏହି ବଜେଟରେ ବିଭିନ୍ନ ରିହାତି ପ୍ରଦାନ କରାଯାଇଛି। ମଧ୍ୟବିତ୍ତ ଶ୍ରେଣୀର ପରିବାର ପାଇଁ ବିଦେଶରେ ଉଚ୍ଚଶିକ୍ଷା ଏବଂ ଚିକିତ୍ସା ଖର୍ଚ୍ଚ କମିବା ଏକ ସକାରାତ୍ମକ ଦିଗ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
