ଜୟପୁର, ୧୮/୦୧ : କୋରାପୁଟ ଜିଲ୍ଲାର D, C ଏବଂ B ଶ୍ରେଣୀ ଠିକାଦାରମାନଙ୍କୁ ନେଇ ଏକ ନୂତନ ଜିଲ୍ଲା ସ୍ତରୀୟ ଠିକାଦାର ସଂଘ ଗଠିତ ହୋଇଯାଇଛି। ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ ଏହି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।
ନୂତନ କର୍ମକର୍ତ୍ତା ଚୟନ:
ବରିଷ୍ଠ ଠିକାଦାର ଶ୍ରୀ ଚନ୍ଦ୍ରମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସୁପରିଚାଳନା ପାଇଁ ନିମ୍ନଲିଖିତ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି:
- ସଭାପତି: ଶ୍ରୀ ପଦ୍ମନ ହରିଜନ
- ଉପ-ସଭାପତି: ଶ୍ରୀ ବିନୀତ ସତମନ
- ସାଧାରଣ ସମ୍ପାଦକ: ଶ୍ରୀ ହେମନ୍ତ ତ୍ରିପାଠୀ
- ସହ-ସମ୍ପାଦକ: ଶ୍ରୀ ଶ୍ରୀନିବାସ ପଣ୍ଡା
- କୋଷାଧ୍ୟକ୍ଷ: ଶ୍ରୀ ସୁଜିତ ରାଉତରାୟ
- ସଂଯୋଜକ: ଶଚିଦାନନ୍ଦ ଦାସ
- ଉପଦେଷ୍ଠା ମଣ୍ଡଳୀ: ଅକ୍ଷୟ ପାତ୍ର, ତୁଷାର ନାୟକ, ବିଜୟ ନାୟକ, ବିଜୟ ଷଡ଼ଙ୍ଗୀ, ସତ୍ୟ ନାୟକ, ନାରାୟଣ ରାଓ ଏବଂ ଗୋପାଳ ନାୟକ।
- ବରିଷ୍ଠ ଉପଦେଷ୍ଠା: ଶ୍ରୀ ଚନ୍ଦ୍ରମଣି ବାରିକ
- ଆଇନ ପରାମର୍ଶଦାତା: ଶ୍ରୀ ପ୍ରମୋଦ ମହାନ୍ତି
ବ୍ଲକ ସ୍ତରୀୟ ପ୍ରତିନିଧିତ୍ୱ:
ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ଠିକାଦାର ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କୋଟପାଡରୁ ଶିବ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ମିଶ୍ର, ବୋରିଗୁମ୍ମାରୁ ରମି ନାୟକ ଓ ଉଦିତ ମହାପାତ୍ର, କୁନ୍ଦୁରାରୁ ଜିତେନ୍ଦ୍ର କୁଣ୍ଡୁ, ବୈପାରୀଗୁଡ଼ାରୁ ମଧୁସୂଦନ ମାଳି ଓ ମୁନା ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଜୟପୁରରୁ ସତୀଶ ସାହୁ, ରାଜା ପାତ୍ର, ରାମ ସ୍ୱାଇଁ, ପିଲୁ ମହାପାତ୍ର, ବିଜୟ ପଣ୍ଡା, ରାଜୀବ ଟାକିରି, କେ. ବିସୁ, ଶେଖର ସାମଲ, ରଞ୍ଜନ ପ୍ରଧାନ ଏବଂ ଗୋପୀନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବ୍ଲକର ପ୍ରତିନିଧିତ୍ୱ କରିଥିଲେ।
ସଂଘର ମୁଖ୍ୟ ଉଦ୍ଦେଶ୍ୟ କେବଳ ଠିକାଦାରମାନଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ଆଗାମୀ ଦିନରେ ସଂଘ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସଂଘ ଗଠନ ହେବା ପରେ ସ୍ଥାନୀୟ ଅଞ୍ଚଳର ଠିକାଦାରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
