ରେଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ କ୍ରୀଡ଼ା ଉତ୍ସବ ସମାପ୍ତ; ଢେମସା ନୃତ୍ୟ ପରିବେଷଣ

ସେମିଲିଗୁଡ଼ା, ୧୩।୧୨: ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ) ଠାରେ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କ୍ରୀଡ଼ା ଉତ୍ସବ ଆଜି ସମାପ୍ତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବୀ ପ୍ରସାଦ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ଶ୍ରୀ ସୁରେନ୍ଦ୍ର ତନ୍ତିଙ୍କ ଦ୍ୱାରା ଖେଳକୁଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କନିଷ୍ଠ ଓ ବରିଷ୍ଠ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ ମିଟର, ୨୦୦ ମିଟର ଦୌଡ଼, ଖୋ-ଖୋ, କବାଡ଼ି, ଭଲିବଲ୍, ଅଖା ଦୌଡ଼, ଆଳୁ-ଚାମଚ ଦୌଡ଼, ଦଉଡ଼ି ଦିଆଁ ଏବଂ ପୁଚି ଖେଳ ଭଳି ପାରମ୍ପରିକ ଖେଳକୁଦ ସାମିଲ କରାଯାଇଥିଲା।

ଡିସେମ୍ବର ୧୩ ତାରିଖରେ ଏହି ଉତ୍ସବ ସମାପ୍ତ ହୋଇଥିଲା। କ୍ରୀଡ଼ା ଉତ୍ସବର ଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଢେମସା ନୃତ୍ୟ ପରିବେଷଣ କରିଥିଲେ, ଯାହାକି ପରିବେଶକୁ ଅଧିକ ଉତ୍ସାହମୟ କରିଥିଲା।

Leave a Reply

Your email address will not be published. Required fields are marked *