ଜୟପୁର, ୩୦ /୧୦ , କୋରାପୁଟ ଜିଲ୍ଲାର ରଣ୍ଡାପାଲୀ ସ୍ଥିତ ସରକାରି ପଲିଟେକ୍ନିକ୍ ଓ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଜେସନ ଅଫ ଓଡ଼ିଶା (ଏଫ୍ବିଡିଓଓ) ତରଫରୁ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଲା। ପଲିଟେକ୍ନିକ୍ ଅଡିଟୋରିଅମରେ ଆୟୋଜିତ ଏହି ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କଲେ।
ଓଡ଼ିଶା ବ୍ଲଡ଼ ବ୍ୟାଙ୍କ, କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ରିତିକ ପାଢ଼ୀ, ଜ୍ୟୋତି ପଣ୍ଡା, ପ୍ରମୋଦ ଖିଲ ଓ ତାଙ୍କ ଟିମ୍ ମିଶି ୪୫ ୟୁନିଟ ରକ୍ତ ସଂଗ୍ରହ କଲେ।
ଶିବିର ପରିଚାଳନାରେ ପଲିଟେକ୍ନିକ୍ର ଫିରୋଜ କୁମାର ବେହେରା, ନିରଞ୍ଜନ ପାଣିଗ୍ରାହୀ, ମିଥୁନ କେଶରୀ, ସନ୍ଧ୍ୟା କୁମାରୀ ରାନ୍ଧି, ଅବକାଶ ପ୍ରଧାନୀ ଓ ରଶ୍ମିତା କଳସୀ ସକ୍ରିୟ ଭାବେ ଅଂଶ ଗ୍ରହଣ କଲେ।
ମୁଖ୍ୟ ଅତିଥି ରାଉତ ନିଜ ଅଭିଭାଷଣରେ କହିଲେ ଯେ, ସଡ଼କ ଦୁର୍ଘଟଣା, ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ଏହି ପ୍ରକାର ରକ୍ତଦାନ ଶିବିର ବହୁତ ଦରକାରୀ। ଛାତ୍ରଛାତ୍ରୀଙ୍କ ସହିତ ଅନେକ ସ୍ୱେଚ୍ଛାସେବୀ ମଧ୍ୟ ରକ୍ତଦାନ କରି ମାନବତାର ଉଦାହରଣ ଦେଲେ।
ଏହି ଅବସରରେ ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଜେସନ ତରଫରୁ ଆବଶ୍ୟକ ସହାୟତା ଯୋଗାଯାଇଥିଲା।
କୋରାପୁଟ ସରକାରି ପଲିଟେକ୍ନିକ୍ ତରଫରୁ ରକ୍ତଦାନ ଶିବିର — ୪୫ ୟୁନିଟ ରକ୍ତ ସଂଗୃହୀତ
