କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟିଲା ବରଯାତ୍ରୀ ପିକଅପ୍ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ୱ ଆହତ
କୋରାପୁଟ, : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୦ ଜଣରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଏବେ ବାହାଘର ଋତୁ ଚାଲିଥିବାରୁ ଏହି ପିକଅପ୍ ଭ୍ୟାନ୍ଟି ବରଯାତ୍ରୀଙ୍କୁ ନେଇ ଚଣ୍ଡାଳ ମୁଣ୍ଡାରୁ ହାଟ ସୁକୁ ଅଭିମୁଖେ ଯାଉଥିଲା । ହଣ୍ଡାଳତୋଟା ଗାଁ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ଏହି ଦୁର୍ଘଟଣାରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।
