ଶନିବାର ହାଟ ରେ ପୋଲିସ୍ ର ଫ୍ଲାଗମାର୍ଚ
ଲକ୍ଷ୍ମୀପୁର:୧୧/୪,କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ର ଶନିବାର ହାଟ ରେ ପୋଲିସ୍ ଏଣିକି କରୁଛି ଫ୍ଲାଗମର୍ଚ । ଏହି ହାଟ ରେ ବିଗତ ଦିନ ମାନଙ୍କରେ ମୋବାଇଲ୍ ଚୋରି ଠାରୁ ଆରମ୍ଭ କରି ଅନେକ ପ୍ରକାର ଅପ୍ରୀତିକର କାମ ହେଉ ଥିବା ନେଇ ଅଭିଯୋଗ ଆସିଛି । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁର ଏସଡିପିଓ ମୋନଜ ବେହେରା ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଲକ୍ଷ୍ମୀପୁର ହାଟ ରେ ପହଁରା ମାରୁ ଥିବା ଦେଖିବକୁ ମିଳିଛି । ପୂର୍ବଭଳି ଆଉ କିଛି ଘଟଣା ନ ଘଟେ ସେଥି ପାଇଁ ପୋଲିସ୍ ଏପ୍ରକାର ପଦକ୍ଷେପ ଗ୍ରହଣ କରି ଥିବା କହିଛି । ଲୋକେ ଶାନ୍ତି ରେ ଆସି ବଜାର କରି ନିଜ ଘରକୁ ଫେରନ୍ତୁ । ପୋଲିସ ୟୁନିଫର୍ମ ରେ ହାଟ ବୁଲି ବୁଲି ସବୁ ପରଖୁ ଥିବା ବେଳେ ଵ୍ୟଵସାୟୀ ମାନେ ପୋଲିସ ଏଭଳି ସୁରକ୍ଷା ବ୍ୟବସ୍ଥା କୁ ପ୍ରଶଂସା କରିଛନ୍ତି । ପୁର୍ବରୁ ହାଟ ରେ ମୋବାଇଲ ଚୋରି, ଝଗଡ଼ା, ଦାଦା ବଟି ମାଗିବା ଏଭଳି ଅନେକ କେସ ଲକ୍ଷ୍ମୀପୁର ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଏହାକୁ ରଖିବା ପାଇଁ ପୋଲିସ୍ ତାର ଏଭଳି ବ୍ୟବସ୍ଥା କରିଛି । ଏହାକୁ ସଧାରଣ ରେ ସ୍ୱାଗତ ମଧ୍ୟ କରାଯାଉଛି
ଶନିବାର ହାଟ ରେ ପୋଲିସ୍ ର ଫ୍ଲାଗମାର୍ଚ
