କୋରାପୁଟରେ ଓଡ଼ିଶା ଡ୍ରାଇଭର ମହାସଂଘର ବିଶାଳ ମହାରାଲି: ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

କୋରାପୁଟ, (ବିପିନ କୁମାର ହିଆଲ): ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ନାଗଙ୍କ ନେତୃତ୍ୱରେ ଏକ ବିଶାଳ ଡ୍ରାଇଭର ମହାରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୪ଟି ବ୍ଲକରୁ ପ୍ରାୟ ୬୦୦ ଜଣ ଡ୍ରାଇଭର ଏହି ରାଲିରେ ଯୋଗଦେଇ କୋରାପୁଟ ସଦର ମହକୁମାରେ ପଦଯାତ୍ରା କରିଥିଲେ।

ରାଲିର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଡ୍ରାଇଭରମାନଙ୍କ ୧୧ ଦଫା ଦାବି ସମ୍ପର୍କିତ ସ୍ମାରକପତ୍ର ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଆରକ୍ଷୀ ନିରୀକ୍ଷକ ଶ୍ରୀ ଶର୍ମା ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପ୍ରଦାନ କରିବା। ସଂଘ ପକ୍ଷରୁ ବୀମା ସୁବିଧା, ଡ୍ରାଇଭରଙ୍କ ସୁରକ୍ଷା ଏବଂ ଅଟୋ ଡ୍ରାଇଭରମାନଙ୍କୁ କୁଲି ଭାବେ ଗଣନା ନକରି ସେମାନଙ୍କୁ ଡ୍ରାଇଭର ଭାବେ ସ୍ୱୀକୃତି ପ୍ରଦାନ କରିବା ଦାବି ଉଠାଯାଇଥିଲା।

ଡ୍ରାଇଭରମାନେ କହିଥିଲେ ଯେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ସ୍ତରରେ ଡ୍ରାଇଭରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ସେମାନଙ୍କର ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ସରକାର ତୁରନ୍ତ ପୂରଣ କରିବା ଆବଶ୍ୟକ।

ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଦାବିଗୁଡ଼ିକ ଶୀଘ୍ର ପୂରଣ ନହୁଏ, ତେବେ ଆଗାମୀ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ତୀବ୍ର ଆନ୍ଦୋଳନ କରିବ। ବର୍ତ୍ତମାନ ପ୍ରଶାସନ ଏହି ଦାବିଗୁଡ଼ିକ ଉପରେ କିପରି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *