ନିର୍ମାଣର ବର୍ଷେ ନପୂରୁଣୁ ଭାଙ୍ଗିଲା ଡ୍ରେନ୍: ମନ୍ଦିର, ଘର ଓ ଦୋକାନରେ ପଶୁଛି ମଇଳା ପାଣି, ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ରିପୋର୍ଟ: କ୍ରାନ୍ତି ଇଣ୍ଡିଆ ନ୍ୟୁଜ୍ ଡେସ୍କ
ସ୍ଥାନ: କିଶୋରନଗର, ଅନୁଗୋଳ
କିଶୋରନଗର (ଅନୁଗୋଳ): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍ ବାମୁର ଅଞ୍ଚଳରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିର୍ମିତ ଡ୍ରେନ୍ର ନିମ୍ନମାନର କାର୍ଯ୍ୟ ସାମ୍ନାକୁ ଆସିଛି। ନିର୍ମାଣର ବର୍ଷେ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏବେଠାରୁ ଡ୍ରେନ୍ ଭାଙ୍ଗିଯିବା ଯୋଗୁଁ ନିକଟରେ ଥିବା ଘର, ଦୋକାନ ଏବଂ ମନ୍ଦିର ଭିତରକୁ ଆବର୍ଜନା ପାଣି ପଶୁଛି। ଏହାକୁ ନେଇ ସ୍ଥାନୀୟ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
୫ଟି ସ୍ଥାନରେ ଭାଙ୍ଗିଲାଣି ଡ୍ରେନ୍, ଜାମ୍ ହୋଇ ରହିଛି ମାଟି
ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ କାର୍ଯ୍ୟାଳୟ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ଏହି ଡ୍ରେନ୍ ନିର୍ମାଣ କରାଯାଇଥିଲା। ୨୦୨୪ ମସିହାରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ଟି ସ୍ଥାନରେ ଡ୍ରେନ୍ ଭାଙ୍ଗି ଗଲାଣି। ଡ୍ରେନ୍ ଭିତରେ ମାଟି ଓ ଅବର୍ଜନା ଜମି ରହିବା ଯୋଗୁଁ ଏହା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି, ଯାହାଫଳରେ ବର୍ଷା ଓ ମଇଳା ପାଣି ସଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ।
ମନ୍ଦିର ଭିତରେ ପଶୁଛି ଆବର୍ଜନା ପାଣି
ଅନ୍ୟପଟେ, ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ପୋଲ ନିର୍ମାଣ କରାଯାଇଥିଲେ ସୁଦ୍ଧା, ଡ୍ରେନ୍ର ଆବର୍ଜନା ପାଣି ସେହି ପୋଲ ଦେଇ ବାହାରକୁ ଯାଇପାରୁନାହିଁ। ଫଳରେ ଦୂଷିତ ଓ ମଇଳା ପାଣି ସିଧାସଳଖ ମନ୍ଦିର ଭିତରକୁ ପଶୁଛି। ଏହା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ଆସ୍ଥା ପ୍ରତି କଠୋର ଆଘାତ ପହଞ୍ଚାଉଛି। ଏହି ଗୁରୁତର ସମସ୍ୟାର ତୁରନ୍ତ ସମାଧାନ କରିବା ସହ ଭଙ୍ଗା ଡ୍ରେନ୍ର ଶୀଘ୍ର ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।
ଅଧିକ ପ୍ରାମାଣିକ, ସମୟାନୁବର୍ତ୍ତୀ ଏବଂ ନିର୍ଭରଯୋଗ୍ୟ ଖବର ପାଇଁ ଆମ ୱେବସାଇଟ୍ odia.krantiindianews.com ପରିଦର୍ଶନ କରନ୍ତୁ।
ନିର୍ମାଣର ବର୍ଷେ ନପୂରୁଣୁ ଭାଙ୍ଗିଲା ଡ୍ରେନ୍: ମନ୍ଦିର, ଘର ଓ ଦୋକାନରେ ପଶୁଛି ମଇଳା ପାଣି, ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
