ଡ଼. ସୁରେଶ ଦାସଙ୍କ ସ୍ମୃତିରେ ଜୟପୁର ସାହିତ୍ୟ ପରିଷଦର ଶୋକ ସଭା — ସ୍ମରଣିକା ପ୍ରକାଶ ପାଇଁ ସିଦ୍ଧାନ୍ତ

ଜୟପୁର, ନଭେମ୍ବର ୨ (ପ୍ରତିନିଧି ): ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଏବଂ ସର୍ବସୁପରିଚିତ ସାହିତ୍ୟ ସେବୀ ଡ଼.ସୁରେଶ ଦାସଙ୍କ ବିୟୋଗରେ ପରିଷଦ ତରଫରୁ ଏକ ସ୍ମୃତି ସଭା ଆୟୋଜିତ ହୋଇ ଯାଇଛି। ପରିଷଦର ସମ୍ପାଦକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀଙ୍କ ପରିଚାଳନାରେ ହୋଇଥିବା ଏହି ସଭାରେ ସାହିତ୍ୟପ୍ରେମୀ,ଶିକ୍ଷକ, ଅବସରପ୍ରାପ୍ତ କର୍ମଚାରୀ, ବ୍ୟାଙ୍କ କର୍ମୀ ଓ ସମାଜସେବୀମାନେ ଯୋଗଦେଇ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ।
ସମ୍ପ୍ରତି ଅତି କମ୍ ଦିନ ଅସୁସ୍ଥତାରେ ପୀଡିତ ହୋଇ ତାଙ୍କ ଅକାଳ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ଉପସ୍ଥିତ ସମସ୍ତେ ଅଭିବ୍ୟକ୍ତି କରିଥିଲେ। ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେମାନଙ୍କ ବିଷୟରେ ଏକ ସ୍ମରଣିକା ପ୍ରକାଶ କରିବା ପ୍ରସ୍ତାବ ବରିଷ୍ଠ ଲେଖକ ଡ଼. ପରେଶ ରଥ ଦେଇଥିଲେ, ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଗଲା। ଏହି ପାଇଁ ଏକ ବିଶେଷ ସ୍ମରଣିକା କମିଟି ଗଠନ କରି ଲେଖା ସଂଗ୍ରହ କରାଯିବ ବୋଲି ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ଜଣାଇଥିଲେ।
ସଭାରେ ସାହିତ୍ୟକ ଲକ୍ଷ୍ମୀକାନ୍ତ ପାଢ଼ୀ, ଶ୍ରୀନାଥ ମିଶ୍ର, ଡ଼. ପ୍ରଦୀପ ମିଶ୍ର, ନରସିଂହ ପାଣିଗ୍ରାହୀ, ଜି.ଭି. ରାଓ, କୃଷ୍ଣ ଚନ୍ଦ୍ର ହୋତା, କୃଷ୍ଣ ଚନ୍ଦ୍ର ଭୁକ୍ତା, ପ୍ରମୋଦ ରାହୁଲ, ଅଶୋକ ପଲେଇ, ସୁନୀତା ମିଶ୍ର, ସ୍ମିତା ରଥ, ସୋଭାଗିନି ନନ୍ଦ, ଡ଼. ସୁଧାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାସଙ୍କ ସାହିତ୍ୟ ସେବା ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ।
ପରିଷଦର ପୂର୍ବତନ ସମ୍ପାଦକ ନବକୃଷ୍ଣ ରଥ କହିଥିଲେ ଯେ, ଜୟପୁର ସାହିତ୍ୟ ପରିଷଦ ପାଇଁ ସ୍ଥାୟୀ କୋଠା ନିର୍ମାଣରେ ଆବଶ୍ୟକ ପଦକ୍ଷେପ ନିଆଗଲେ, ସଭାପତି ଭାବେ ଡ଼. ସୁରେଶ ଦାସ ଆରମ୍ଭ କରିଥିବା ସେହି ସପ୍ନ ପୂରଣ ହେବ ଏବଂ ତାଙ୍କ ଆତ୍ମାକୁ ଏହା ହେବ ଯଥାଯଥ ସମ୍ମାନ।
ସଭା ଶେଷରେ ପରିଷଦର ସଭାପତି ଶ୍ରୀ ହରିହର କରସୁଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *