କୋରାପୁଟ ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ପ୍ରଥମ ସ୍ଥାନ ଅଧିକାର କଲା

ଜୟପୁର, ୨୨ /୧୦, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ୱର ଓ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟପୁର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି ପ୍ରତିଯୋଗିତାର ବିଷୟ ଥିଲା – “ମାନବ ସମାଜର କଲ୍ୟାଣ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା”।
ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଜୟପୁର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ, ପ୍ରସିଦ୍ଧ ସଙ୍ଗୀତଜ୍ଞ ଶ୍ରୀ ଧିରେନ ମୋହନ ପଟ୍ଟନାୟକ, “ହସତେରୁଆ” ଗ୍ରୁପ ର ପରିଚାଳକ ଓ ହାସ୍ୟ ଅଭିନେତା ଶ୍ରୀ ରାମନାଥ ତ୍ରିପାଠୀ, ନାଟ୍ୟକାର ଓ ଅବସର ପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଧନପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଜଗଦିଶଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଉପେନ୍ଦ୍ର ଦୀପ, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ମିଶ୍ର, ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଅନନ୍ତ ଦଳପତି।
କୋରାପୁଟ ଜିଲ୍ଲାର ୯ଟି ବିଦ୍ୟାଳୟ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ – ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦପୁର, ଓଡ଼ିଶା ମାଇନିଂ ବିଦ୍ୟାଳୟ ଜୟପୁର, ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର, ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ଟାଙ୍ଗୀଣୀଗୁଡା, ସରକାରୀ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା, ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ମାନାବାର, ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ, ସରକାରୀ ସାଙ୍ଗନା ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମୀପୁର ଓ ଆୟୋଜକ ବିଦ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର।
ଫଳାଫଳ ଅନୁସାରେ –
ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ପ୍ରଥମ ସ୍ଥାନ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଦ୍ୱିତୀୟ ସ୍ଥାନ, ଏବଂ
ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ଜୟପୁର ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଆସନ୍ତା ନବରଙ୍ଗପୁର ରେ ଆୟୋଜିତ ହେବାକୁ ଥିବା ପ୍ରାନ୍ତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଜିଲ୍ଲା ପକ୍ଷରୁ ଅଂଶ ଗ୍ରହଣ କରିବେ।
କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ନାଟକ, ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ କାହାଣୀ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।
ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଅଭିଷେକ କୁମାର ଭୁଏ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ଅନ୍ନପୂର୍ଣ୍ଣା ସୁନ୍ଦର ରାୟ, ଓ ଶେଷରେ ଶ୍ରୀମତୀ ସ୍ଵର୍ଣ୍ଣଲତା ମିଶ୍ର ସମସ୍ତ ଅଂଶଗ୍ରାହୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *