ବୋରିଗୁମ୍ମା/ନୂଆଗାଁ: ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସରକାରୀ (ଏସ୍.ଏସ୍.ଡି.) ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଠାରେ ୨୦୨୫ ମସିହାର ବାର୍ଷିକ କ୍ରୀଡ଼ା ଉତ୍ସବ ଆରମ୍ଭ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନ୍. ରାଜେଶ କୁମାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ସମାରୋହ ପୂର୍ବରୁ ସ୍ଥାନୀୟ ମାଁ ଗଙ୍ଗାମାୟୀ ମନ୍ଦିରରୁ ଏକ ମଶାଲ ଅଣାଯାଇଥିଲା। ପ୍ରଧାନ ଶିକ୍ଷକ ଏନ୍. ରାଜେଶ କୁମାର ସମସ୍ତ ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଖେଳର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ଶିକ୍ଷକ ରାଜେଶ କୁମାର ନାୟକ ସମସ୍ତ କ୍ରୀଡ଼ାବିତଙ୍କୁ ଶପଥ ପାଠ କରାଇଥିଲେ।
ଏହି ଅବସରରେ ଜୁନିଅର ଏବଂ ସିନିଅର ବିଭାଗ ପାଇଁ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଦୌଡ଼, ଲମ୍ବା ଡିଆଁ, କବାଡି, ଦଉଡ଼ି ଡିଆଁ ଏବଂ ପେଣ୍ଡୁ ଫିଙ୍ଗା ଇତ୍ୟାଦି ପ୍ରମୁଖ ଥିଲା। ବିଦ୍ୟାଳୟର ସମସ୍ତ ଛାତ୍ରୀ ଏହି କ୍ରୀଡ଼ା ଉତ୍ସବରେ ଉତ୍ସାହର ସହ ଭାଗ ନେଇଥିଲେ।
ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବାରେ ଶିକ୍ଷକ ଗୁପ୍ତେଶ୍ୱର ରାଉତ, ଭାସ୍କର ଶତପଥି, ବିଷ୍ଣୁ ଗଣ୍ଡ, କଳ୍ପତରୁ ହରିଜନ, ଶିବ ମିଶ୍ର ଏବଂ ଶିକ୍ଷୟିତ୍ରୀ ସୁଚିତ୍ରା ସାମଲ, ସୁନିତା ବିଶ୍ୱାଳ, ରଶ୍ମିତା ପଣ୍ଡା, ଜେମା ହରିଜନ, ରଶ୍ମିତା ସ୍ୱାଇଁ, ଏ. ଜୟଲକ୍ଷ୍ମୀ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ସେବାୟତ ସୁବାଷ ହରିଜନ ଓ ଭୋଜ ଗୋବିନ୍ଦ ପାତ୍ର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଆସନ୍ତାକାଲି ଉତ୍ସବର ଉଦ୍ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

