ଜୟପୁର,୨୮/୧୨ : କୋରାପୁଟ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ, ଜୟପୁର ଠାରେ ୧୪୦ତମ କଂଗ୍ରେସ ଦଳ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳନ କରାଯାଇଛି।
ଏହି ଅବସରରେ ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବା ବେଳେ, ଜୟପୁର ବ୍ଲକ କଂଗ୍ରେସ କମିଟି ସଭାପତି ବସନ୍ତ ନାୟକ,ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ହାସନ ମାଦାନି,ଯୁବ କଂଗ୍ରେସ ନେତା ଚୀନୁ ରାଓ, ବୟୋଜେଷ୍ଠ କର୍ମୀ ମଦନ ମୋହନ ନାୟକ, ଭେଙ୍କଟ ରାଓ ପଟ୍ଟନାୟକ,ରାମ ନାୟକ,କୈଳାଶ ବିଶୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ବକ୍ତାମାନେ କଂଗ୍ରେସ ଦଳର ଐତିହ୍ୟ, ଦେଶ ସ୍ୱାଧୀନତା ସଂଗ୍ରାମରେ ଏହାର ଅବଦାନ ଓ ଲୋକତନ୍ତ୍ର ସୁରକ୍ଷାରେ ଦଳର ଭୂମିକା ଉପରେ ଆଲୋକପାତ କରିଥିଲେ।
ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଆଗାମୀ ଦିନରେ କଂଗ୍ରେସ ଦଳକୁ ବିଗତ ଦିନମାନଙ୍କ ପରି ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ କର୍ମୀଙ୍କୁ ଏକତାବଦ୍ଧ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।
୧୪୦ତମ କଂଗ୍ରେସ ଦଳ ପ୍ରତିଷ୍ଠା ଦିବସ ପାଳିତ
