ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ

ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ*

କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱବଧାନରେ ଆଜି କୋଟପାଡ଼ ବ୍ଲକର ମିଶନଶକ୍ତି ଗୃହ ପରିସରରେ ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ      403 ଜଣ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା | ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ | କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଏବଂ ICDS, କୋଟପାଡ଼  ର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା | ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା  ଡା. ଗାୟତ୍ରୀ ଦେବୀ ଏବଂ ସଦସ୍ୟ ଶ୍ରୀ ସୁରେନ୍ଦ୍ର କରଣ / ଶ୍ରୀ ସୁରେଶ କୁମାର ହୋତା  ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ | ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର କର୍ମକତ୍ତା, Child Help Lineର କର୍ମକର୍ତ୍ତା  ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଲନାରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *