ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର, ୧୧/୦୧ : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଆସନ୍ତା ସୋମବାର, ଜାନୁଆରୀ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।
ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସମସ୍ୟା ଶୁଣିଥାନ୍ତି, ମାତ୍ର ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ଯୋଗୁଁ ଆସନ୍ତାକାଲି ଏହା ସ୍ଥଗିତ ରଖାଯାଇଛି।
ସୂଚନାଯୋଗ୍ୟ: ପରବର୍ତ୍ତୀ ଅଭିଯୋଗ ଶୁଣାଣି କେବେ ଅନୁଷ୍ଠିତ ହେବ, ସେ ନେଇ ଖବରକାଗଜ ତଥା ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ। ତେଣୁ ଜନସାଧାରଣ ଆସନ୍ତାକାଲି ଅଭିଯୋଗ ଶୁଣାଣି ପାଇଁ ନ ଆସିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *