ପର୍ଯ୍ୟବେକ୍ଷକ’ର ୨୮ତମ ପ୍ରତିଷ୍ଠା ଦିବସ ପାଳିତ: ମହତ୍ କାର୍ଯ୍ୟରେ ସାମିଲ ହେଲେ ଶତାଧିକ ରକ୍ତଦାତା

‘ପର୍ଯ୍ୟବେକ୍ଷକ’ର ୨୮ତମ ପ୍ରତିଷ୍ଠା ଦିବସ ପାଳିତ: ମହତ୍ କାର୍ଯ୍ୟରେ ସାମିଲ ହେଲେ ଶତାଧିକ ରକ୍ତଦାତା

ଭୁବନେଶ୍ୱର (୦୨/୦୨/୨୦୨୬): ଓଡ଼ିଶାର ଅଗ୍ରଣୀ ଦୈନିକ ଖବରକାଗଜ ‘ପର୍ଯ୍ୟବେକ୍ଷକ’ର ୨୮ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରେଡକ୍ରସ ଭବନଠାରେ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ରୋନିକଲ ଗ୍ରୁପ ପକ୍ଷରୁ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ମୁଖ୍ୟ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପିଜିଏମଆରଆଇ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଶିଲ କୁମାର ପଟ୍ଟନାୟକ, ରେଡକ୍ରସ ଓଡ଼ିଶା ଶାଖାର ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତ ଏବଂ ପୂର୍ବତନ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ମମତା ମହାନ୍ତି ଶୁଭ ଉଦଘାଟନ କରିଥିଲେ।ଅତିଥିମାନେ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, କର୍କଟ, ଥାଲାସେମିଆ ଓ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ପାଇଁ ରକ୍ତ ଏକ ସଞ୍ଜୀବନୀ। ପର୍ଯ୍ୟବେକ୍ଷକ ପରି ଏକ ସମ୍ବାଦ ପତ୍ର ଗୋଷ୍ଠୀର ଏହି ସାମାଜିକ ଦାୟିତ୍ୱବୋଧ ପ୍ରଶଂସନୀୟ। ମୁଖ୍ୟ ସମ୍ପାଦକ ଡ. ସାମନ୍ତରାୟ ନିଜର ୨୮ ବର୍ଷର ଯାତ୍ରା ପାଇଁ ପାଠକ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏହି ଶିବିର ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ କରାଯିବ ବୋଲି ଘୋଷଣା କରିଥିଲେ।ଶିବିରରେ ପ୍ରିୟବ୍ରତ ନାୟକ, ସତ୍ୟ ନାୟକ, ଅରବିନ୍ଦ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଓ ଜନସାଧାରଣ ରକ୍ତଦାନ କରିଥିଲେ। ସମସ୍ତ ଦାତାଙ୍କୁ ସାର୍ଟିଫିକେଟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଦେବପ୍ରସାଦ ମହାନ୍ତି, ସ୍ୱର୍ଣ୍ଣପ୍ରଭା ନାୟକ ଓ ପର୍ଯ୍ୟବେକ୍ଷକର ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *