କୋରାପୁଟ ଅମଲା ସଂଘ ନିର୍ବାଚନ: ୩ ପଦବି ପାଇଁ ୩ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ; ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କୋରାପୁଟ,ଜୟପୁର: ୩୦/୧୧, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି (୩୦.୧୧.୨୦୨୫) ଜୟପୁର ଯାଦବ ଭବନ ଠାରେ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଂଘର ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ୧୦ ଘଟିକାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଥିଲେ।
ନିର୍ବାଚନ କମିଟିର ଘୋଷଣା ଅନୁଯାୟୀ, ମୋଟ ୫ଟି ପଦବିରୁ ୩ ଗୋଟି ପଦବି ନିମନ୍ତେ ମାତ୍ର ଜଣେ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଏବଂ ଉକ୍ତ ୦୩ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି।
* ସଭାପତି ପଦବୀ: ଶ୍ରୀ ଜଗନ୍ନାଥ ମାଝୀ (ବରିଷ୍ଠ ସଦସ୍ୟ, ଜଙ୍ଗଲ ବିଭାଗ)
* ସମ୍ପାଦକ ପଦବୀ: ଶ୍ରୀ ଗଜେନ୍ଦ୍ର ଚୌଧୁରୀ (ଶିକ୍ଷା ବିଭାଗ)
* କୋଷାଧ୍ୟକ୍ଷ ପଦବୀ: ଶ୍ରୀ ନାଗେଶ୍ୱର ରାଓ (ଶିକ୍ଷା ବିଭାଗ)
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଏହି ତିନିଜଣଙ୍କ ନାମ ରାଜ୍ୟ ସଂଘର ଅନୁମୋଦନକୁ ଅପେକ୍ଷା କରିଛି।
🤔 ବାକି ୨ଟି ପଦବି ପାଇଁ ରାଜ୍ୟ ସଂଘ ନେବ ନିଷ୍ପତ୍ତି
ଅବଶିଷ୍ଟ ଦୁଇ ଗୋଟି ପଦବୀ ନିମନ୍ତେ ପୁଣି ଥରେ ପ୍ରାର୍ଥୀପତ୍ର ଦାଖଲ ତାରିଖ ଘୋଷଣା ହେବ କିମ୍ବା ଚୟନ ପ୍ରକ୍ରିୟା କରାଯିବ, ସେନେଇ ରାଜ୍ୟ ସଂଘ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।
ନିର୍ବାଚନ କମିଟି ଦାୟିତ୍ୱରେ ଥିଲେ ଶ୍ରୀ କୈଳାସ ସାମନ୍ତରାୟ (ବରିଷ୍ଠ ସହାୟକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜୟପୁର), ଶ୍ରୀ ଜଗନ୍ନାଥ ଦାଶ୍ (ବରିଷ୍ଠ ସହାୟକ, କ୍ଷୁଦ୍ର ଜଳସେଚନ ବିଭାଗ, ଜୟପୁର), ଶ୍ରୀ ନାଗେଶ୍ୱର ରାଓ (କନିଷ୍ଠ ସହାୟକ, କଲାବ୍ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ) ଏବଂ ଶ୍ରୀ ରଜନୀ କାନ୍ତ ଘୋଡ଼େଇ (କନିଷ୍ଠ ସହାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପୁର)।

Leave a Reply

Your email address will not be published. Required fields are marked *