
କୋଷାଗୁମୁଡା,୫/୧୨ :-ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବ୍ଲକ ସ୍ତରୀୟ ସାଂସ୍କୃତିକ ଲୋକ ମହୋତ୍ସବ “ମଣ୍ଡେଇ “ଆଜି ଶୁଭାରମ୍ଭ ହୋଇଯାଇଛି |କୋଷାଗୁମୁଡାର ଅଧିଷ୍ଠାତା ଦେବତା ପ୍ରଭୁ ରାଜା ଚାଉଁରିଆ ଙ୍କ ମନ୍ଦିରରେ ପୂଜାର୍ଚନା ସହ ଏକ ମଶାଲ ଦୀପ ଜାଳି ସମସ୍ତେ ବାଜା ମୃଦଙ୍ଗ, ଢୋଲ ମହୁରୀ ,ବାଣ ଫୁଟାଇ, ପାରମ୍ପରିକ ବାଦ୍ୟ ସହ ଆଞ୍ଚଳିକ ମାଡ଼ିଆ ନୃତ୍ୟ, ଢେମ୍ସା ନୃତ୍ୟ ପରିବେଷଣ କରି ଏକ ବିରାଟ ରୋଷଣୀ ପଦଯାତ୍ରା କରି ସମସ୍ତେ ଟି ୟ ମୀ ବିଦ୍ୟାଳୟ ର ଖେଳ ପଡିଆ ଠାରେ ପହଂଚିଵା ପରେ ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ଆରମ୍ଭ ଭଗବାନ ଙ୍କ ଫୋଟ ରେ ଦୀପପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ସିଡ଼ିଓ -ବିରଞ୍ଚି ନାରାୟଣ ଦରଉୱନ,କୋଷାଗୁମୁଡା ବ୍ଲକ ସାଂସଦ ପ୍ରତିନିଧି ସୁରେଶ ପାତ୍ର, ପାପଡାହାଣ୍ଡି ବ୍ଲକ ସାଂସଦ ପ୍ରତିନିଧି ସମନାଥ ପୂଜାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ସର୍ବଶ୍ୱରୀ ମାଝୀ ଭାଇସ ଚେୟାରମ୍ୟାନ ଜଗେନ୍ଦ୍ର ସ୍ୱାଇଁ, ଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କ ପ୍ରତିନିଧି କୁଞ୍ଜବିହାରି ଦାସ,ଅବକାରୀ ଜିଲ୍ଲା ଇନ୍ସପେକ୍ଟର ଦିଲ୍ଲୀପ ରଥ ,ବ୍ଲକ ର ତିନୋଟି ଜନ ର ଜିଲାପରିଷଦ-କ୍ଷୀରୋଦ ନାୟକ, ରୋମାଵତୀ ପୂଜାରୀ, ଦନାଇ ଭତ୍ରା,ସୋମିତିସଭ୍ୟ ଲକ୍ଷ୍ମଣ ପୂଜାରୀ,ସରପଞ୍ଚ ଡାଲିମ୍ବ ମାଝୀ, ଡ଼ାବୁଗାଁ ବ୍ଲକ ଚେୟାରମ୍ୟାନ ଓ ପାପଡାହାଣ୍ଡି ବ୍ଲକ ଚେୟାରମ୍ୟାନ ଙ୍କ ସମେତ ୨୬ଗୋଟି ପଂଚାୟତର ସରପଞ୍ଚ ସମିତି ସଭ୍ୟ ଯୋଗଦେଇଥିଲେ |ସମସ୍ତେ ପାରମ୍ପରିକ ବେସଭୂଷା (ଧୋତି, କୁର୍ତା ଓ ପଗଡ଼ି )ରେ ସୁସଜିତ ହୋଇ ରାଜା ଚାଉଁରିଆ ମନ୍ଦିରରେ ପହଂଚି ସେଠାରେ ବିଧିବଦ୍ଧ ଭାବେ ପୂଜାର୍ଚନା କରି ଶୋଭାଯାତ୍ରାରେ ଟି ୟ ମି ବିଦ୍ୟାଳୟ ପଡିଆରେ ପହଂଚିଥିଲେ |ସେଠାରେ ଆୟୋଜିତ ସଭାକାର୍ଯ୍ୟରେ ଅତିଥିମାନେ ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି,ପରମ୍ପରା, ଚଳଣି, ରୀତିନୀତି, ପର୍ବପର୍ବାଣି, ଖାନପାନ ଓ ପରିଧାନ ଉପରେ ନିଜ ନିଜ ଅବିଭାଷଣ ରଖିବା ସହ ନିଜ ଅଞ୍ଚଳର କଳା,ସଂସ୍କୃତି, ପରମ୍ପରା ଆଦିକୁ ଜୀବିତ ରଖିବାକୁ ଉପସ୍ଥିତ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଥିଲେ |
