ଜୟପୁରରେ ଆନ୍ତର୍ଜାତିୟ ଦିବ୍ୟାଙ୍ଗ ଦିବସ ପାଳିତ, ୫୦ ଛାତ୍ରଛାତ୍ରୀ ଯୋଗଦାନ

(ବ୍ୟୁରୋ ରିପୋର୍ଟ)

ଜୟପୁର: ୩/୧୨,ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଦକ୍ଷିଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୟପୁର ଠାରେ ଆନ୍ତର୍ଜାତିୟ ଦିବ୍ୟାଙ୍ଗ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଅଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ମୋଟ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ୫୦ ଜଣ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉଦ୍ଘାଟନ ଓ ଉଦ୍ଯାପନ
କାର୍ଯ୍ୟକ୍ରମକୁ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ କେ. ଗୋପାଳ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜୟପୁର ଯୋଗଦେଇଥିବା ବେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଶଶୀଭୂଷଣ ଦାଶ୍ (ବରିଷ୍ଠ ସହାୟକ), ଶ୍ରୀ ସୁଧାକର ପଣ୍ଡା (ପ୍ରଧାନ ଶିକ୍ଷକ), ଶ୍ରୀମତୀ କୁକୁମିନା ଦାଶ୍ (ପ୍ରଧାନ ଶିକ୍ଷୟତ୍ରୀ) ଏବଂ ଶ୍ରୀ ମନୋଜ କୁମାର ପଟ୍ଟନାୟକ (ବରିଷ୍ଠ ଶିକ୍ଷକ) ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ପୁରସ୍କୃତ କରିଥିଲେ।

ପରିଚାଳନା ଓ ସହଯୋଗ
ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଭଶ୍ରୀ ପାତ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀ ଅଶୋକ କୁମାର୍ ସ୍ୱାଇଁ, ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଶ୍ରୀମତୀ ସଂଯୁକ୍ତା ରାଉତ, ଶ୍ରୀମତୀ ମିନତି ପାଢି, ଶ୍ରୀମତୀ ଆଶାଲତା ପ୍ରଧାନ, ଶ୍ରୀମତୀ ସୁଚିତ୍ରା ପାତ୍ର, ଶ୍ରୀ ହରିହର ପଟ୍ଟନାୟକ, ଶ୍ରୀମତୀ ଅଭିପ୍ସା ପାତ୍ରଙ୍କ ସମେତ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

(ବ୍ୟୁରୋ ରିପୋର୍ଟ)

Leave a Reply

Your email address will not be published. Required fields are marked *