ଅଭିଯୋଗର ମାତ୍ର ୪୮ ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଲା ବୋରିଗୁମ୍ମା ପୋଲିସ

ବୋରିଗୁମ୍ମା : ଏକ ଚୋରି ଘଟଣାରେ ବୋରିଗୁମ୍ମା ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଏଥିସହ ପୋଲିସ ସେମାନଙ୍କ ନିକଟରୁ ଦୁଇଟି ବାଇକ ଓ ଦୁଇଟି ମୋବାଇଲ ସମେତ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି । ବୋରିଗୁମ୍ମା ଥାନା ଭାରପ୍ରାପ୍ତ ଅଧିକାରୀ ରଚିତା ମାଡକାମୀ ପ୍ରେସ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି ।
ଘଟଣା କ୍ରମ:
* ଗତ ୨୮.୧୧.୨୦୨୫ ରିଖ ଦିନ ବୋରିଗୁମ୍ମା ଥାନା ଅଧୀନରେ ଥିବା ବିରିଗୁଡା ଗ୍ରାମର ରାଧାକାନ୍ତ ପାତ୍ର ନିଜ ବାଇକରେ ପର୍ଲି ଗ୍ରାମରୁ ଜାତୀୟ ରାଜପଥ –୨୬ ଦେଇ ଫେରୁଥିଲେ ।
* ଏହି ସମୟରେ ଅଞ୍ଚଳା ଓ କୁନ୍ଦ୍ରାଗୁଡା ମଝିରେ ହଠାତ ତିନି ଅଜଣା ବ୍ୟକ୍ତି ମୁଖା ପିନ୍ଧି ରାଧାକାନ୍ତଙ୍କ ବାଇକକୁ ଅଟକାଇଥିଲେ ।
* ଅଭିଯୁକ୍ତମାନେ ତାଙ୍କ ଠାରୁ ମୋବାଇଲ ଝାମ୍ପି ନେବା ସହ ତାଙ୍କୁ ମାରଧାର ମଧ୍ୟ କରିଥିଲେ ।
* ଏନେଇ ରାଧାକାନ୍ତ ପାତ୍ର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୋରିଗୁମ୍ମା ଥାନା ପକ୍ଷରୁ ଏକ କେସ୍ ନମ୍ବର-୨୫୪/୨୯.୧୧.୨୦୨୫ ଦଫା ୩୦୪(୧)ରେ ମାମଲା ରୁଜୁ କରାଯାଇଥିଲା, ପରେ ଏହାକୁ ଦଫା ବିଏନଏସ ୩୦୯(୪)କୁ ପରିବର୍ତ୍ତନ କରାଯାଇଥିଲା ।
୪୮ ଘଣ୍ଟାରେ ଧରାପଡିଲେ ଅଭିଯୁକ୍ତ
ଅଭିଯୋଗ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପୋଲିସ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ:
* ରୋଶନ ହରିଜନ (୨୫ ବର୍ଷ), ସାନ କୁମୁଲି ଗ୍ରାମ, ପାପଡାହାଣ୍ଡି ଥାନା, ନବରଙ୍ଗପୁର ଜିଲ୍ଲା ।
* ବବି ହରିଜନ (୨୫ ବର୍ଷ), ସାନ କୁମୁଲି ଗ୍ରାମ, ପାପଡାହାଣ୍ଡି ଥାନା, ନବରଙ୍ଗପୁର ଜିଲ୍ଲା ।
* ସୁଶୀଳ ହରିଜନ (୨୧ ବର୍ଷ), ସାନ କୁମୁଲି ଗ୍ରାମ, ପାପଡାହାଣ୍ଡି ଥାନା, ନବରଙ୍ଗପୁର ଜିଲ୍ଲା ।
* ମଧୁସୂଦନ ହରିଜନ (୨୮ ବର୍ଷ), ଡୁମରାଗୁଡା ଗ୍ରାମ, ଜୟପୁର ସଦର ଥାନା ।
ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ପ୍ରେସ ନୋଟ ପ୍ରଦାନ ସମୟରେ ଥାନାର ଏସଆଇ ଦ୍ରୋଣାଚାର୍ଯ୍ୟ ବାଗ, ଏଏସଆଇ ଗୋପାଳ ହରିଜନ, ବସନ୍ତ ନାଗ, ସସ୍ମିତା ନାୟକ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
