ଜୟପୁର ସଦର ମହକୁମାରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୬  ମସିହାର ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜୟପୁର ସଦର ମହକୁମାରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୬  ମସିହାର ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


ଜୟପୁର, ତା. ୦୮.୦୬.୨୦୨୬: ଜୟପୁର ସଦର ମହକୁମାରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୬ ମସିହାର ପବିତ୍ର ରଥଯାତ୍ରା ପାଳନ ସମ୍ବନ୍ଧରେ ପୌରପାଳିକା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାହ୍ନ 4.30 ଘଟିକାରେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଯଦୁମଣି ନାୟକ, ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ବି. ସୁନିତା, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ପୂଜା ରାଉତ, ନବନିର୍ବାଚିତ ଦେବୋତ୍ତର ସଭାପତି ଶ୍ରୀ ଦେବେନ୍ଦ୍ର ବହିନୀପତି ଏବଂ ଅତିରିକ୍ତ ତହସିଲଦାର ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

ଦୀର୍ଘ ୨ ବର୍ଷ ପରେ ନୂତନ ରଥ ନିର୍ମାଣ ହେଉଛି, ଯାହାର ଉଚ୍ଚତା ୪ ଫୁଟ୍ ଓ ଲମ୍ବ ୨୮ଫୁଟକୁ ଚଉଉଡା ୩୦ ଫୁଟ୍ ରହିଛି। ଏହାକୁ ଜୁଲାଇ ୧୦ ତାରିଖ ସୁଦ୍ଧା ହସ୍ତାନ୍ତର କରିବା ପାଇଁ କାରିଗରମାନେ ପ୍ରତିବଦ୍ଧ ହୋଇଛନ୍ତି।ବୈଠକରେ ରଥର ମାନ ଓ ସୁରକ୍ଷା ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ବ   ସହକାରୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି)ଙ୍କୁ ଦିଆଗଲା।

ରଥଯାତ୍ରା ସମୟରେ ଯାନବାହନ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ପାଳନ ପାଇଁ ଟାଉନ ଥାନା ପୁଲିସକୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଦିନ ସହର ଭିତରକୁ ଚାରିଚକିଆ ଯାନ ପ୍ରବେଶ ନିଷେଧ କରାଯିବା ସହ ଏହା ସମ୍ବନ୍ଧିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ଟାଉନ ଥାନା ଅଧିକାରୀ ଶ୍ରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କୁ ଅନୁରୋଧ କରାଯାଇଛି।

ରଥଦାଣ୍ଡରେ ଅନାବଶ୍ୟକ ଭିଡ଼ ରୋକିବା ପାଇଁ ପୁଲିସକୁ ବିଶେଷ ନଜର ରଖିବାକୁ କୁହାଯାଇଛି। ରଥ ଉପରେ କେବଳ 25 ଜଣ ଦଇତାପତି ଓ ସ୍ୱେଚ୍ଛାସେବକ ରହିବେ।

ଜନସମାଗମକୁ ଦୃଷ୍ଟିରେ ରଖି 4ଟି ହାଇମାସ୍ଟ ଲାଇଟ, 2ଟି ଜେନେରେଟର, 6ଟି ହାଲୋଜିନ ଲାଇଟ ଓ ରଥଯାତ୍ରା ପୂର୍ବରୁ ୧୦ ଗୋଟି ଫୋକସ ଲାଇଟ ବ୍ୟବସ୍ଥା ପାଇଁ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡ୍ରାଫକୁ ଅନୁରୋଧ କରାଯାଇଛି।
ସ୍ୱାସ୍ଥ୍ୟ ସୁବିଧା ପାଇଁ ରଥ ଟଣା ସମୟରେ 2ଟି ଏମ୍ବୁଲାନ୍ସ, ଜଣେ ଆୟୁଷ ଡାକ୍ତର ଓ ଏକ ମେଡିକାଲ ଟିମ୍ ନିୟୋଜିତ ହେବେ। ରଥଯାତ୍ରା ଦିନରୁ ବାହୁଡା ପର୍ଯ୍ୟନ୍ତ ପ୍ରତିଦିନ ସକାଳ 8ଟାରୁ ରାତି 10ଟା ପର୍ଯ୍ୟନ୍ତ ସେବା ଯୋଗାଇ ଯିବ।

ଅଗ୍ନିଶମ ବିଭାଗକୁ ରଥ ପଛରେ ଅଗ୍ନିନିର୍ବାପକ ଯାନ ସହ ସଦା ପ୍ରସ୍ତୁତ ରହିବାକୁ କୁହାଯାଇଛି। ପିଏଚ୍‌ଡି ବିଭାଗକୁ 4ଟି ସ୍ଥାନରେ(ଜଗତଜନନୀ ଚକ, ରାଜାନଗର ଛକ, ବାଙ୍କମଠ ଛକ) ପାଣି ଟ୍ୟାଙ୍କ ଓ କର୍ମଚାରୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରଥଯାତ୍ରା ପୂର୍ବରୁ 5 ଦିନ ମଧ୍ୟରେ ଅବକାରୀ ବିଭାଗ ଓ ପୋଲିସ ଯୁକ୍ତଭାବେ ସମସ୍ତ ମଦ ଦୋକାନ ଓ ସାହିମାନଙ୍କରେ ଚଢାଉ କରିବେ।

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଭଜନ ସମାରୋହ ଓ ସାଂସ୍କୃତିକ କାର୍ୟକ୍ରମ କୋରାପୁଟ ସାଂସ୍କୃତିକ ବିଭାଗ ଦ୍ୱାରା ଆୟୋଜିତ ହେବ। 

ଜଗନ୍ନାଥଙ୍କ ଭୋଗ ମୂଲ୍ୟ ଟଙ୍କା 100 ନିର୍ଦ୍ଧାରିତ ହୋଇଛି ଓ ଏହାକୁ ପାର୍ସେଲ କରାଯିବ ନାହିଁ—ମନ୍ଦିର ଭିତରେ ବସି ସେବନ କରିବାକୁ ହେବ।

ସହରର ଶୌଚାଳୟମାନଙ୍କ ସଫା-ସୁତୁରା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକକୁ ଅତିରିକ୍ତ ତହସିଲଦାର ଶ୍ରୀ ଚିତ୍ତରଞ୍ଜନ ପଟନାୟକ ପରିଚାଳନା କରିଥିଲେ।
ଏଥିରେ ଟାଉନ ଥାନା ଅଧିକାରୀ ଶ୍ରୀ ଉଲ୍ଲାସ ଚନ୍ଦ୍ର ରାଉତ, ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ, ସୂଚନା ଓ ଲୋକସମ୍ପର୍କ ବିଭାଗ, TPSODLର କର୍ମକର୍ତ୍ତା, ପିଡବ୍ଲ୍ୟୁଡି (PWD)ର କର୍ମକର୍ତ୍ତା, ଆର୍ ଏଣ୍ଡ ବି (R&B) ଜୟପୁରର କର୍ମକର୍ତ୍ତା, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ। ଓ ବିଭିନ୍ନ ବିଭାଗର କର୍ମକର୍ତ୍ତା ଓ ସମସ୍ତ ବିଭାଗୀୟ ଅଧିକାରୀ, ମନ୍ଦିରର  ସେବାୟତ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ଶେଷରେ ଅତିରିକ୍ତ ତହସିଲଦାରs ଜୟପୁର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

http://youtube.com/post/UgkxDQPGWnNg_ZGKtVDoU0dUuN9RJblGLy1x?si=ErGKLvXlBIE6rjKh

Leave a Reply

Your email address will not be published. Required fields are marked *