ଜୟପୁର ସହରରେ ପୋଲିସର ଚଢ଼ାଉ: ଛୁରୀ ଧରି ବୁଲୁଥିବା ୩ ଯୁବକ ଗିରଫ, ୩ ନାବାଳକ ଅଟକ

ଜୟପୁର ସହରରେ ପୋଲିସର ଚଢ଼ାଉ: ଛୁରୀ ଧରି ବୁଲୁଥିବା ୩ ଯୁବକ ଗିରଫ, ୩ ନାବାଳକ ଅଟକ

ଜୟପୁର, ୨୭ /୦୧ :ଜୟପୁର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଟାଉନ୍ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବେଆଇନ ଭାବେ ମାରଣାସ୍ତ୍ର ଧରି ବୁଲୁଥିବା ଅଭିଯୋଗରେ ପୋଲିସ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ତିନି ଜଣ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ବ୍ୟାପକ ପରିମାଣର ଛୁରୀ ଓ କଟର ଜବତ କରାଯାଇଛି।ଅଭିଯୁକ୍ତଙ୍କ ପରିଚୟ ଓ କୋର୍ଟ ଚାଲାଣଗିରଫ ହୋଇଥିବା ଯୁବକମାନେ ହେଲେ ଗିରିଲିଗୁମା ଗ୍ରାମର ସାମୁଏଲ୍ ହିଆଲ୍ (ଆଜୁ) (୨୨), ଖ୍ରୀଷ୍ଟିଆନ୍‌ପେଟର ମନୋଜ ନାୟକ (ଟୁକୁଲୁ) (୧୯) ଏବଂ ନବୀନ କଲୋନିର ଜୟକୁମାର ଭାଘେଲା (ଶୁଭମ୍) (୧୮)। ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜୟପୁର ଏସ.ଡି.ଜେ.ଏମ. କୋର୍ଟରେ ହାଜର କରାଯାଇଛି। ଏହା ବ୍ୟତୀତ ଏହି ମାମଲାରେ ସଂଶ୍ଳିଷ୍ଟ ଅନ୍ୟ ତିନି ଜଣ ନାବାଳକ ଅପରାଧୀ (CCL)ଙ୍କୁ ଜୟପୁର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଥିବା ପୋଲିସ ସୂଚନା ଦେଇଛି।ମାମଲା ରୁଜୁ ଓ ମାରଣାସ୍ତ୍ର ଜବତଗତ ୨୫ ତାରିଖରେ ଏହି ଯୁବକମାନେ ସହରରେ ଛୁରୀ ଧରି ବୁଲୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଜୟପୁର ଟାଉନ୍ ପି.ଏସ୍. କେସ୍ ନଂ-୩୨/୨୬ ଅନୁଯାୟୀ ବି.ଏନ୍.ଏସ. (BNS) ଧାରା ୩୧୦(୨) ଓ ୬୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ଚାରୋଟି ଧାରୁଆ ଛୁରୀ ଏବଂ ଏକ ଛୋଟ କଟର ଜବତ କରାଯାଇଛି।ସହରରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ପୋଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *