ଜୟପୁର ସହରରେ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ସଂଖ୍ୟା ବୃଦ୍ଧି

ଜୟପୁର, ୩୧ /୧୦ କୋରାପୁଟ ଜିଲ୍ଲା ଜୟପୁର ସହରରେ ଦିନକୁ ଦିନ ଦୃତ ବେଗରେ ମୋଟର ସାଇକେଲ୍ ଚାଳନା କରୁଥିବା ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଚାଳକମାନେ ଉଚ୍ଚ ଶଦ୍ଦଯୁକ୍ତ ସାଇଲେନସର ଲଗାଇ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଥିବା ସହରର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ରୋଡ୍ ରୋମିଓକୁ ସାବାଡ କରିବା ପାଇଁ ଜୟପୁର ପୁଲିସର ବୁଲେଟ ଗାଡି ଉପରେ ଚଢଉ କରିଥିଲା। ଏସଡିପିଓ ପାର୍ଥ କଶ୍ୟପଙ୍କ ନିର୍ଦ୍ଦେଶରେ ଚାଲିଥିବା ଯାଞ୍ଚରେ ବୁଲେଟରେ ଲାଗିଥିବା ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଚିହ୍ନଟ କରାଯାଇଥିଲା | ଟାଉନ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢଉ କରି ୩୦ଟି ବୁଲେଟକୁ କାବୁ କରି ଜୋରିମାନା ଆଦାୟ କରାଯାଇଥିଲା । ଏହି ସାଇଲେନସର ଗୁଡିକୁ ସଙ୍ଗେ ସଙ୍ଗେ ରୋଲର୍ ଚଢାଇ ନଷ୍ଟ କରାଯାଇଥିଲା। କିନ୍ତୁ ବେପରୁଆ ଭାବରେ ମୋଟର ସାଇକେଲ ଚାଳନା ଓ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍‍ସର ଲଗାଇ ରାସ୍ତାରେ ବିକଟାଳ ଶବ୍ଦକରୁଥିବା ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହାର୍ଟ ରୋଗୀ, ବୃଦ୍ଧ ବୃଦ୍ଧା, ବାଳକ,ବାଳିକା ଓ କୋମଳମତୀ ଶିଶୁମାନଙ୍କର କ୍ଷତି ହୋଇ ଚାଲିଛି। ଏହିପରି ଚଢଉ ବାରମ୍ବାର ହେବାକୁ ଜୟପୁର ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତଙ୍କୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *