ଭାରତର “ଲୌହ ମହିଳା” ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ବିଧାୟିକା ପବିତ୍ରା ଶାନ୍ତା ଙ୍କ ଶ୍ରଦ୍ଧାଞ୍ଜଳି।

କୋରାପୁଟ, ୩୧ /୧୦, ଲକ୍ଷ୍ମୀପୁର ବିଧାୟକ ପବିତ୍ରା ଶାନ୍ତା ଙ୍କ ଶ୍ରଦ୍ଧାଞ୍ଜଳି। ସେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଯାହାଙ୍କୁ “ଲୌହ ମହିଳା” ଭାବରେ ଜଣାଶୁଣା, ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ଭାରତୀୟ ରାଜନୈତିକ ଇତିହାସରେ ଏକ ପ୍ରେରଣା ଏବଂ ଜାତୀୟ ଏକତା, ବିକାଶ ଏବଂ ମହିଳା ସଶକ୍ତିକରଣ ପାଇଁ ତାଙ୍କର ପ୍ରୟାସ କେବେ ଭୁଲିଯିବ ନାହିଁ।
ବିଧାୟକ ପବିତ୍ରା ଶାନ୍ତାଙ୍କ ସ୍ମୃତିଚାରଣ କରି ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ କଂଗ୍ରେସ ଦଳର ଆଦର୍ଶକୁ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। କଂଗ୍ରେସ ନେତା ଏବଂ କର୍ମୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Leave a Reply

Your email address will not be published. Required fields are marked *