କୋରାପୁଟ, ୦୩/୧୧, ଜଯପୁର ରେ ଦୀର୍ଘ ଦିନରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ରାସ୍ତା କଡ଼ର ବେଆଇନ ପାର୍କିଂକୁ ହଟାଇବା ପାଇଁ ପୌରପାଳିକା ଏହି ପଦକ୍ଷେପ ନେଇଛି।
ଆଜିର ଏହି ଅଭିଯାନ ଗାନ୍ଧୀ ଚୌକରୁ ଆରମ୍ଭ ହୋଇ ପୁରୁଣାଗଡ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଚାଲିଛି। ରାସ୍ତା କଡ଼ରେ ଯେଉଁସବୁ ଟ୍ରକ୍, ବସ୍ ଏବଂ ଅନ୍ୟାନ୍ୟ ଭାରୀ ଯାନବାହନ ବେଆଇନ ଭାବେ ପାର୍କିଂ ହୋଇଥିଲା, ସେଗୁଡ଼ିକୁ ପୌର କର୍ତ୍ତୃପକ୍ଷ ତୁରନ୍ତ ହଟାଉଛନ୍ତି।
“ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ରାଜପଥରେ ସୁଗମ ଟ୍ରାଫିକ୍ ପ୍ରବାହ ବଜାୟ ରଖିବା। ବେଆଇନ ପାର୍କିଂ ହେତୁ ସ୍ଥାନୀୟ ଲୋକଙ୍କୁ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ଏବଂ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିଲା।ପୌରପାଳିକା ଅଧିକାରୀଙ୍କ କହିବାନୁଯାୟୀ, ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥାନୀୟ ଲୋକେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
