କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱବଧାନରେ ଆଜି କୁନ୍ଦୁରା ବ୍ଲକର ମିଶନଶକ୍ତି ଗୃହ ପରିସରରେ ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ 234 ଜଣ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା | ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ | କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଏବଂ ICDS, କୁନ୍ଦୁରା ର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା | ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡା. ଗାୟତ୍ରୀ ଦେବୀ ଏବଂ ସଦସ୍ୟ ଶ୍ରୀ ସୁରେଶ କୁମାର ହୋତା /ସଦସ୍ୟା ଶ୍ରୀମତୀ ସୁସ୍ମିତା ରଥ ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ | ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର କର୍ମକତ୍ତା, Child Help Line ର କର୍ମକର୍ତ୍ତା, ଶୋଭା NGO ର କର୍ମକର୍ତ୍ତା , ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଲନାରେ ସହଯୋଗ କରିଥିଲେ |
ଏହି ସ୍ୱତନ୍ତ୍ର କ୍ୟାମ୍ପ ଗୁଡିକ କୋରାପୁଟ ଜିଲ୍ଲାର ପ୍ରତ୍ୟକ ବ୍ଲକରେ ଜିଲ୍ଲାପାଳଙ୍କ ନିର୍ଦ୍ଧାରିତ କାର୍ଯ୍ୟସୁଚି ଅନୁସାରେ ବ୍ଲକ ର CDPO ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଉକ୍ତ କ୍ୟାମ୍ପଗୁଡିକରେ ଉପସ୍ଥିତ ରହି ତଦନ୍ତ ମାଧମରେ ଶିଶୁମାନଙ୍କ ଉପଯୁକ୍ତ ଥଇଥାନ ପାଇଁ ସହଯୋଗ କରିବେ | ପ୍ରଥମ ପର୍ଯ୍ୟାୟରେ ଉକ୍ତ କ୍ୟାମ୍ପ ଗୁଡିକ 12.05.26 ରୁ 31.07.2026 ପର୍ଯ୍ୟନ୍ତ ଚାଲିବ |
ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର କ୍ୟାମ୍ପ
