ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କୁ ହତ୍ୟା ପ୍ରତିବାଦରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ।

ବୋରିଗୁମ୍ମା—ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କୁ ହତ୍ୟା ପ୍ରତିବାଦ ରେ ବୋରିଗୁମ୍ମା ହିନ୍ଦୁ ଜାଗରଣ ମଞ୍ଚ ତହସିଲଦାର ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ହିନ୍ଦୁ ଜାଗରଣ ମଞ୍ଚ, ବୋରିଗୁମ୍ମା ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଆମ ପଡୋଶୀ ଦେଶ ବାଙ୍ଗଲାଦେଶରେ ଦଳିତ, ନିଷ୍ପେସିତ ହିନ୍ଦୁ ମାନଙ୍କୁ ନୃଶଂସ ଭାବେରେ ଆକ୍ରମଣ କରାଯାଇ ଜୀବନ୍ତ ଦଗ୍ଧ କରାଯାଉଛି।ଏହାର ଆମ୍ଭେ ଘୋର ନିନ୍ଦା କରୁଅଛୁ।ସେଠାରେ ହିନ୍ଦୁ ଅଳ୍ପସଂଖ୍ୟକ ,ନିରୀହ, ଭୂମିପୁତ୍ର ହୋଇଥିବା ସତ୍ତ୍ୱେ ସେମାନଙ୍କ ମାନବିକ ଅଧିକାର ର ଖୋଲା ଉଲ୍ଲଙ୍ଘନ କରାଯାଉଛି।ସେମାନଙ୍କ ପ୍ରତି ଅତି ନିର୍ଦୟ ହୋଇ ସେଠାକାର ମୁସଲମାନ ତଥା ଆତଙ୍କୀ ମାନେ ମିଳିତ ଭାବେ ଏମାନଙ୍କ ଉପରେ ଅମାନବୀୟ ଆକ୍ରମଣ ଜାରୀ ରଖିଛନ୍ତି।ଏଣୁ ଆମେ ରାଜ୍ୟପାଳ ଓଡିଶା ଙ୍କ ଜରିଆରେ ଭାରତ ସରକାର ଙ୍କୁ ଅନୁରୋଧ କରୁ କି,ଏଥି ପ୍ରତି ସଚେତନ ରହି ବାଙ୍ଗଲାଦେଶୀ ହିନ୍ଦୁ ଙ୍କୁ ନିର୍ଯ୍ୟାତନା ବନ୍ଦ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ହେବେ।ତହସିଲଦାର କାର୍ଯ୍ୟାଳୟ ରେ ଅତିରିକ୍ତ ତହସିଲଦାର ବୋଇନା ସତୀଶ ଓ ପୋଲିସ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ପ୍ରଦାନ ସମୟରେ ହିନ୍ଦୁ ଜାଗରଣ ମଞ୍ଚ ପ୍ରଫୁଲ୍ଲ କୁମାର ଦଣ୍ଡସେନା, ଲିଲୁ ବିଶ୍ୱାଳ, ମୋହନ ଦୋରା, ତ୍ରିପତି ପଟନାୟକ, ଜେ. ଶ୍ରୀନିବାସ ରାଓ,ରାମକୃଷ୍ଣ ଭତ୍ରା,ରାଜ ସିଂ, ସୌରଭ ନାୟକ, ଗୁପ୍ତେଶ୍ଵର ସାହୁ,ଅନନ୍ତ ନାୟକ, ଚିନ୍ତନ ଆଚାର୍ଯ୍ୟ, ଚକ୍ରଧର ଗାଦବା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *