
ବୋରିଗୁମ୍ମା, ବି ସିଂହପୁର ପୋଲିସକୁ ମିଳିଛି ବଡ ସଫଳତା। କୁମୁଲି ଗ୍ୟାସ ଗୋଦାମ ଲୁଟ ଘଟଣାର ଖୁଲାସା କରି ପୋଲିସ ୫ ଜଣ ଙ୍କୁ ଗିରଫ କରି ଲୁଟ ହୋଇଥିବା ୧୪୦ ସିଲିଣ୍ଡର କୁ ମଧ୍ୟ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ୫ ତାରିଖ ଦିନ ମଧ୍ୟ ରାତ୍ରି ରେ କୁମୁଲି ଗାଁରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଗୋଦାମରୁ ୧୪୦ ଗୋଟି ଗ୍ୟାସ ସିଲେଣ୍ଡର ଚୋରି ହୋଇଥିବା ନେଇ ମାଲିକ ସନ୍ତୋଷ ମହାପାତ୍ର ବିସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ବି ସିଂହପୁର ଥାନା ଅଧିକାରୀ ଲିମାରାଜ ପ୍ରଧାନଙ୍କ ନେତୃତ୍ୱରେ ବି ସିଂହପୁର ପୋଲିସ ଘଟଣାର ପୁଙ୍ଖାନୂପୁଙ୍ଖ ତଦନ୍ତ କରିଥିଲେ। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଇବର୍ ଟିମ ସହାୟତା ରେ ଜାଣିବାକୁ ପାଇଲେ କି ବୋରିଗୁମ୍ମା, ନବରଙ୍ଗପୁର, ପାପଡାହାଣ୍ଡି ଏବଂ ଉମୁରି ଅଞ୍ଚଳର ଚୋର ଏଥିରେ ସାମିଲ ରହିଛନ୍ତି। ଚୋର ମାନଙ୍କ ଠାରୁ ୧୪୦ ଗୋଟି ଗ୍ୟାସ ସିଲେଣ୍ଡର ଏବଂ ଚୋରିରେ ବ୍ୟବହାର ହୋଇଥିବା ଦୁଇ ଗୋଟି ପିକଅପ ଭ୍ୟାନ୍ ଜବତ କରି ପାଞ୍ଚ ଅଭିଯୁକ୍ତ ଙ୍କୁ କୋର୍ଟ ଚାଳାଣ କରାଯିବା ନେଇ ଏକ ସାମ୍ବାଦିକ ସମ୍ମିଳନି ରେ କହିଛନ୍ତି ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା। ବି ସିଂହପୁର ପୋଲିସ୍ ର ଏହି ସଫଳତା କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ ଏବଂ ଏସଡିପିଓ ଶ୍ରୀ ଲେଙ୍କା।
