ବି. ସିଂହପୁରରେ ପୁଣି ଭାଲୁ ଆତଙ୍କ : ବିଦ୍ୟୁତ୍ ବିଭାଗ ଅଫିସ ପରିସରରେ ଦେଖା ଦେଲେ ତିନିଟି ଭାଲୁ

କୋରାପୁଟ: ବୋରିଗୁମ୍ମା ,  ୨୧ /୧୦ , ବି. ସିଂହପୁର ଅଞ୍ଚଳରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ି ଚାଲିଛି। ଗତ ଏକ ମାସ ମଧ୍ୟରେ ଏପର୍ଯ୍ୟନ୍ତ ୩ ଜଣ ଆହତ ହୋଇଥିବା ସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ଆଜି ପୁଣି ବି. ସିଂହପୁର ବିଦ୍ୟୁତ୍ ବିଭାଗ ଅଫିସ ପରିସରରେ ତିନିଟି ଭାଲୁ ବୁଲୁଥିବା ଦେଖି ସ୍ଥାନୀୟ ଅଫିସ କର୍ମଚାରୀ ଓ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ସମୟରେ ଜାଣିବା ପରେ ଅନେକ ଲୋକ ଆଫିସ ଛାଡ଼ି ନିଜ ଘରକୁ ଫେରିଯାଇଛନ୍ତି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଘନ ଲତାବୁଦା ଓ ଜଙ୍ଗଲ ଭାଗକୁ ସଫା ନ କରିବାରୁ ଏହି ପ୍ରକାର ଘଟଣା ଘଟୁଛି। ସେମାନେ ଦାବି କରିଛନ୍ତି ଯେ, ଯଦି ରାସ୍ତା ଓ ଅଫିସ ପରିସର ଚାରିପାଖରେ ଥିବା ଜଙ୍ଗଲ ଭାଗ ସଫା କରାଯାଏ ଓ ଲତାବୁଦା ମାରିଦିଆଯାଏ, ତେବେ ଏହି ଆତଙ୍କ କମିପାରେ।
ସେଥିପାଇଁ ଜନସାଧାରଣ ପ୍ରଶାସନଙ୍କ ନଜର ପଡ଼ିବା ଓ ଶୀଘ୍ର ପଦକ୍ଷେପ ଗ୍ରହଣ କରି ଭାଲୁ ଧରି ଜଙ୍ଗଲ ମଧ୍ୟରେ ଛାଡ଼ିଦେବା ଦାବି କରିଛନ୍ତି।
ବି. ସିଂହପୁର ଅଞ୍ଚଳରେ ଜଙ୍ଗଲ ବିଭାଗ ଓ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ, ଭାଲୁ ଆତଙ୍କ ନିରାକରଣ ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ — ସ୍ଥାନୀୟ ଲୋକଙ୍କ ମତ।

Leave a Reply

Your email address will not be published. Required fields are marked *