ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଜିଲ୍ଲାସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ: ୩୩ ଯୋଡ଼ା ବରବଧୂଙ୍କ ବିବାହ ସମ୍ପର୍ଣ୍ଣ


ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲ୍ୟବିବାହ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ”: ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲାପାଳ କୋରାପୁଟ


ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି କୋରାପୁଟର ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର କୋରାପୁଟ ବିଧାୟକ  ଶ୍ରୀ ରଘୁରାମ ମାଛ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ଦାନ କରିବା ସହ ନବ ଦାମ୍ପତୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ I ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା  ବୋଲି ବିଧାୟକ ନିଜ ଅଭିଭାଷଣରେ କହିଥିଲେ I ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ। ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ ବୋଲି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ କହିଥିଲେ ।  ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା ଯୋଗ ଦେଇ ଏହି ଯୋଜନା ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ I କାର୍ଯ୍ୟକ୍ରମରେ ସତନ୍ତ୍ର ଉନ୍ନୟନ ପରିଷଦ   ଅଧ୍ୟକ୍ଷ ଶ୍ରୀ ଭଗବାନ ମୁଦୁଲି, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ,ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପାତ୍ର, ଅନ୍ୟ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମରେ ଥିଲେ I ସୂଚନାଯୋଗ୍ୟକି, ଆଜି କୋରାପୁଟ ଜିଲ୍ଲାର ବିିଭିନ୍ନ ବ୍ଲକ୍‌ରୁ ଆସିଥିବା ୩୩ଯୋଡ଼ା ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ କରିଥିବା ସମସ୍ତ ୩୩ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶୋଭା ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *