ଜୟପୁରରେ ଜିଲ୍ଲାପାଳଙ୍କ ଦ୍ୱାରା ମିଳିତ ଅଭିଯୋଗ ଶୁଣାଣି-୬୭ଟି ଅଭିଯୋଗ ଶୁଣିଲେ

ଜୟପୁରରେ ଜିଲ୍ଲାପାଳଙ୍କ ଦ୍ୱାରା ମିଳିତ ଅଭିଯୋଗ ଶୁଣାଣି-୬୭ଟି ଅଭିଯୋଗ ଶୁଣିଲେ


ଜୟପୁର-୦୪.୦୫.୨୦୨୬-ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଜି କୋରାପୁଟ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶୁଣାଣିରେ ମୋଟ ୬୭ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯାହାରୁ ୧୧ଟି ଗୋଷ୍ଠୀଗତ ଓ ୫୬ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ମିଳିତ ଥିଲା। ଆର୍ଥିକ ସହାୟତା, ଘର ପଟ୍ଟା, ଜମି ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟ ସମସ୍ୟା, ରାସ୍ତା ଓ ଯାତାୟାତ, ବିଦ୍ୟୁତ ସରବରାହ ଏବଂ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଆସିଥିଲା।
ଜିଲ୍ଲାପାଳ ଶ୍ରୀ ମହାଜନ ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହିତ ଶୁଣି ସମ୍ବନ୍ଧିତ ବିଭାଗକୁ ଶୀଘ୍ର ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ପୁଲିସ୍ ଅଧ୍ୟକ୍ଷ ଶ୍ରୀ ରୋହିତ ବର୍ମା, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ ଶ୍ରୀ ବେଣୁଧର ସବର ଉପଜିଲ୍ଲାପାଳ ଜୟପୁର ଶ୍ରୀ ଯଦୁମଣି ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର  ସୁଶ୍ରୀ ଅର୍ଚିତା ମିତ୍ତଲ  ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ କୋରାପୁଟ ଡ. ରବୀନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହିତ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ତୃପ୍ତି ବୋରେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା, ଜିଲ୍ଲା ଶିକ୍ଷାଧିକାରୀ କୋରାପୁଟ ପ୍ରଶାନ୍ତ କୁମାର ମହାନ୍ତି, ଗୋଷ୍ଠୀ ଶିକ୍ଷାଧିକାରୀ ଜୟପୁର ଚନ୍ଦନ ନାୟକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଂଗୀତା ରାଣୀ ପାଣି, ଆଞ୍ଚଳିକ ପରିବହନ ଅଧିକାରୀ କୋରାପୁଟ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଅଧିକାରୀ ଜୟପୁର ପ୍ରିୟରଞ୍ଜନ ବେହେରା  ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *