କୋରାପୁଟ, ୩୦/୧୦, ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ସଂଯୋଜକ ମହେଶ୍ୱର ନାୟକଙ୍କ ତତ୍ତ୍ୱାବଧାନରେ “ଆମର ସାମୂହିକ ଦାୟିତ୍ୱ – ଦୁର୍ନୀତି ବିରୋଧୀ ସପ୍ତାହ” ମହାସମାରୋହରେ ଆୟୋଜନ କରିଥିଲା। ସମାଜରେ ଦୁର୍ନୀତିର ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ସପ୍ତାହର ଶୁଭାରମ୍ଭ କରାଯାଇଥିଲା।
କଲେଜର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୁର୍ନୀତି ବିରୋଧୀ ଆଇନର ଗୁରୁତ୍ୱ ଏବଂ ଏକ ଭଲ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ବିଷୟରେ ଛାତ୍ରମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଶିକ୍ଷକ ଏବଂ ଛାତ୍ରମାନେ ଦୁର୍ନୀତିମୁକ୍ତ ସମାଜ ପାଇଁ ପ୍ରତିଜ୍ଞା ନେଇଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷକମାନେ ଦେଶର ବିକାଶ ଉପରେ ଦୁର୍ନୀତିର ପ୍ରଭାବ ବ୍ୟାଖ୍ୟା କରିଥିଲେ। ସେମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଚାରିପାଖରେ ଘଟୁଥିବା ଅନିୟମିତତା ବିଷୟରେ ସଚେତନ ରହିବା ଏବଂ ସମାଜରେ ନ୍ୟାୟ ଏବଂ ନୈତିକତାକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଥିଲେ।
ଏହି ଦୁର୍ନୀତି ବିରୋଧୀ ସପ୍ତାହର ଅଂଶ ଭାବରେ ପୋଷ୍ଟର ପ୍ରଦର୍ଶନୀ, ପ୍ରବନ୍ଧ ଲେଖା ଏବଂ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। କଲେଜ କର୍ମଚାରୀ ଏବଂ ଛାତ୍ରମାନେ ଯଥାସମ୍ଭବ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଜୟପୁର ର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ “ଆମର ସାମୂହିକ ଦାୟିତ୍ୱ – ଦୁର୍ନୀତି ବିରୋଧୀ ସପ୍ତାହ” ମହାସମାରୋହରେ ଆରମ୍ଭ ହୋଇଛି
