
ଆଉଁଳି ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଅନିଷ୍ଠିତ
ବୋରିଗୁମ୍ମା -:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ଅନ୍ତର୍ଗତ ଆଉଁଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ବାସୀଙ୍କ ବିଭିନ୍ନ ଅଭିଯୋଗ ର ଜନଶୁଣାଣି ଅନୁଷ୍ଠିତ ହୋଇଥିଲା l ଏଇଇ ବିନୋଦ କିଷାନ ଅଭିଯୋଗ ଗ୍ରହଣ କରିବା ସହ ଉପସ୍ଥିତ ଥିବା ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ମାନଙ୍କୁ ଆବଶ୍ୟକ ନିର୍ଦେଶ ଦେଇଥିଲେ l ଏହି ଅଭିଯୋଗ ଶୁଣାଣିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଜଳ ଯୋଗାଣ, ଆବାସ ଗୃହ, କୃଷି, ମନରେଗା ଯୋଜନା, ଭତ୍ତା, ପିଡିଏସ ଆଦି ବିଷୟରେ ଅଭିଯୋଗ ଦାଖଲ କରିଥିଲେ l ଏହି ଅଭିଯୋଗ ଶୁଣାଣୀ ରେ ମୋଟ 27 ଗୋଟି ଅଭିଯୋଗ ଦାଖଲ କରିଥିଲେ l ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ , ଯନ୍ତ୍ରୀ ଆର କେ ପାଣିଗ୍ରାହୀ,ବ୍ଲକ ମଙ୍ଗଳ ଅଧିକାରୀ ସୋନାଲି ନାୟକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରିକା, ସରପଞ୍ଚ କ୍ଷୀରମଣି ପୂଜାରୀ , ସମିତି ସଭ୍ୟା ,ସମସ୍ତ ୱାର୍ଡ ମେମ୍ବ ର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଡିଇଓ କିଶୋରେ ନାୟକ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲାବେଳେ ଏହି କାର୍ଯ୍ୟକ୍ରମ କୁ ପିଇଓ ଆକାଂକ୍ଷା ମିଶ୍ର ପରିଚାଳନା କରୁଥିଲେ l
