ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

କୋରାପୁଟ,୬।୧୧,୨୦୨୨ ମସିହାରୁ ଆରମ୍ଭ ହୋଇଛି ମାଣ୍ଡିଆ ଦିବସ।ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି।ପରିବେଶ ଓ ସ୍ବାସ୍ଥ୍ୟ ପାଇଁ ହିତକର ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଏବଂ ବ୍ୟବହାର ଏହାର ମୂଳ ଲକ୍ଷ୍ୟ।ଆଜି ହେଉଛି ମାର୍ଗଶୀର ମାସର ପ୍ରଥମ ଗୁରୁବାର। ଏଥି ପାଇଁ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଛି।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।କୋରାପୁଟ ଜିଲ୍ଲାରେ ୩୦ ହଜାରରୁ ଉର୍ଦ୍ଧ୍ଵ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି।ନୂତନ ପ୍ରଣାଳୀରେ ଚାଷ କରି କିପରି ଉତ୍ପାଦନ ବୃଦ୍ଧି ହେବ ସେଥି ନିମନ୍ତେ ଚାଷୀ ମାନଙ୍କୁ ତାଲିମ ଦିଆହେଉଛି।କୋରାପୁଟ ଜିଲ୍ଲାରେ ୨.୫ ଲକ୍ଷ କ୍ଵିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହେଉଥିବା ଜିଲ୍ଲାପାଳ କହିଛନ୍ତି।ସମସ୍ତ ଜନସାଧାରଣ ମାଣ୍ଡିଆକୁ ନିତିଦିନ ଖାଦ୍ୟ ରୁପେ ବ୍ୟବହାର କରିବାକୁ ସେ ନିବେଦନ କରିଛନ୍ତି।ଏହାଦ୍ବାରା ନିଜ ନିଜର ସ୍ଵାସ୍ଥ୍ୟରେ ଉନ୍ନତି ହେବା ସହ ଚାଷୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ୧୨ ଜଣ ପ୍ରଗତିଶୀଳ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ମାଣ୍ଡିଆ ରାଣୀ ଡ. ରାଇମତି ଘିଉରିଆ , ସିଡ୍ ଗାର୍ଲ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଆରଆରଟିଏସର ଡ.ପର୍ଶୁରାମ ସିଆଲ, କେଭିକେର ବୈଜ୍ଞାନିକ ଡ. ସୁନୀତା ଦଣ୍ଡସେନା ଯୋଗଦେଇ ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଡିପିଏଚଓ ଡାକ୍ତର ନୀଳ ମାଧବ ଶତପଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ନାରାୟଣପାଟଣା କୃଷି ଜିଲ୍ଲା ଅଧିକାରୀ ସନ୍ତୋଷ ଦଳବେହେରା, ଏଡିଏଚ ପୂର୍ଣ୍ଣଜୟ ପାଣିଗ୍ରାହୀ, ଟିଡିକଲ ର ଆଶୁତୋଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଆୟୋଜିତ ମିଲେଟ ପ୍ରଦର୍ଶନୀ ମେଳା ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ ହୋଇଥିଲା

Leave a Reply

Your email address will not be published. Required fields are marked *