ନୂଆଗାଁ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆଗାଁ/ବୋରିଗୁମ୍ମା (ନି.ପ୍ର): ସ୍ଥାନୀୟ ଏସ.ଏସ.ଡି ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ବୋରିଗୁମ୍ମା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ସୋନାଲି ନାୟକ ସଭାପତିତ୍ୱ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଖଣ୍ଡିୟ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଯୋଜନ ବେହେରା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ (ଆଇ.ଟି.ଡି.ଏ) ସୁଶ୍ରୀ ବୈଶାଳୀ ଦୋରା, ହର୍ଦଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲାଲ ବହାଦୁର ମଲିକ, ଗୁମୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଖିଲ, ସ୍ଥାନୀୟ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ବଳିୟାରସିଂ, କାଉଡ଼ିଆଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଯୁଗଳ କିଶୋର ପାତ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପ-ସଭାପତି ଶ୍ରୀ ନାରାୟଣ ହରିଜନ ମଞ୍ଚାସୀନ ଥିଲେ। ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସଫଳ ଜୀବନ ଗଠନ ପାଇଁ ଦିଗଦର୍ଶନ ଓ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ।
ଉତ୍ସବ ପ୍ରାରମ୍ଭରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଏନ. ରାଜେଶ କୁମାର ସୂଚନା ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ସହକାରୀ ଶିକ୍ଷକ ରାଜେଶ କୁମାର ନାୟକ ସମଗ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଚିତ୍ରା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଗତ ଦିନରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଲଷ୍ମୀ ବେହେରା, ରଶ୍ମିତା ପଣ୍ଡା, ସୁନିତା ବିଶ୍ୱାଳ, ବିଷ୍ଣୁ ଗଣ୍ଡ, କଳ୍ପତରୁ ହରିଜନ, ଦିବ୍ୟ ଜ୍ୟୋତି ମଲିକ, ଭାସ୍କର ଶତପଥି, ଶିବ ଶଙ୍କର ମିଶ୍ର, ଗୁପ୍ତେଶ୍ୱର ରାଉତ, ରଶ୍ମିତା ସ୍ୱାଇଁ, ଜେମା ହରିଜନ, ଏ. ଜୟଲକ୍ଷ୍ମୀ, ଭୋଜ ଗୋବିନ୍ଦ ପାତ୍ର, ସୁବାଷ ହରିଜନ, ବଳି ଭୂମିଆ ଏବଂ ମହିଳା ସି.ସି.ଏ (CCA) ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *