ବୋରିଗୁମ୍ମା , ୧୭/୦୧: ବୋରିଗୁମ୍ମା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଅନ୍ତନିବେଶୀ ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାଭିତ୍ତିକ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ମାଝୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।
ଏହି ପରିଭ୍ରମଣରେ ବ୍ଲକର ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସାମିଲ ହୋଇଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ଜଗଦୀଶ ମେହେର ଏବଂ ନନ୍ଦିନୀ ବଡ଼ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିଲାମାନେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ମୃଗ ବିହାର ଏବଂ ଆଶା କିରଣ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରିଥିଲେ। ମୃଗ ବିହାରରେ ହରିଣ ମାନଙ୍କୁ ଦେଖିବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରି ଛାତ୍ରଛାତ୍ରୀମାନେ ବେଶ ଖୁସି ଅନୁଭବ କରିଥିଲେ। ସେହିପରି ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରି ସେମାନେ ନୂଆ ନୂଆ ଶିକ୍ଷଣୀୟ ଅନୁଭୂତି ସଂଗ୍ରହ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଯୁକ୍ତା ପଣ୍ଡା, ଏନ୍. କାମେଶ୍ୱର ରାଓଙ୍କ ସମେତ ମୁନୁ ସାହୁ, ଶିବ ଗାଦବା, ରାଜେନ୍ଦ୍ର ଶିରା, ସୁତମ ବିଷୋୟୀ, ପଦମ ଭତରା, ଜୟକୃଷ୍ଣ ତ୍ରିପାଠୀ, ପବିତ୍ର ଭୋଇ, ରମାକାନ୍ତ ବେହେରା, ହରି ଅମନତ, ଆଲୋକ ନାଗ, ପ୍ରଫୁଲ୍ଲ ନାୟକ, ତୃପ୍ତି ରଥ, ରୁଚି ସାହୁ, ଗାୟତ୍ରୀ ଗୁମାନ ସିଂ, ରୁକ୍ମିଣୀ ଝଙ୍କାର, ରୁକ୍ମିଣୀ ନାୟକ, ଭାରତୀ ପ୍ରଧାନ, ମୀନତି ରାଣୀ ତ୍ରିପାଠୀ, ତ୍ରିନାଥ ମୁଦୁଲି, ସୁଷମା ରାୟ ଓ ସସ୍ମିତା ସିଂ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।
