
କୋରାପୁଟରେ ପାଳିତ ହେଲା ‘ପିଏମ୍ କିଷାନ ଉତ୍ସବ ଦିବସ’ – ୨୩ତମ କିସ୍ତିରେ ୬୯୩ କୋଟି ହସ୍ତାନ୍ତର
କୋରାପୁଟ, ୨୦ ଜୁନ୍ ୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳରେ ଆଜି ଓଡ଼ିଶାର ୩୪.୬ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିରେ ୬୯୩ କୋଟି ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି।
ଏହି ଉପଲକ୍ଷେ ସଂସ୍କୃତି ଭବନ, କୋରାପୁଟ ଠାରେ ‘ପିଏମ୍ କିଷାନ ଉତ୍ସବ ଦିବସ’ ପାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଏଲ୍ଇଡି ସ୍କ୍ରିନ୍ରେ କରାଯାଇଥିଲା। ମୁଖ୍ୟ ଅତିଥି କେନ୍ଦ୍ର ସରକାରଙ୍କ ୨ ବର୍ଷର ଚାଷୀ କଲ୍ୟାଣ ଉପଲବ୍ଧି ଓ କୋରାପୁଟରେ କଫି ଓ ଜୈବିକ କୃଷିର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
