ଜୟପୁର, ଡିସେମ୍ବର ୨୮(ପ୍ରତିନିଧି): ସ୍ଥାନୀୟ ଦ୍ୱିତୀୟା ବଜାର ସ୍ଥିତ ସଂଘ ଭବନରେ ଜୟପୁର ଭଣ୍ଡାରି ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ତିନି ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲା। ଏହି ନିର୍ବାଚନ ପ୍ରକ୍ରିୟାରେ ଆଇନଜୀବୀ ବିଜୟ ରାୟ ଜେନାଦେବ, ନିର୍ବିକ ସାମନ୍ତରାୟ ଏବଂ ସୁମିତ ପଟ୍ଟନାୟକ ଆଇନଗତ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ନିର୍ବାଚନରେ, ଏ.ପୋଲି ରାଜୁ ସଭାପତି, କେ. ସନ୍ତୋଷ ଉପାଧ୍ୟକ୍ଷ, ଟି. ମହେଶ ସମ୍ପାଦକ, ଏ. ସତ୍ୟନାରାୟଣ ଯୁଗ୍ମ ସମ୍ପାଦକ, ୱାଇ. ପ୍ରବୀଣ କୋଷାଧ୍ୟକ୍ଷ ଏବଂ ଲାଲୁ ବେହେରା ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ସଂଘର ସଦସ୍ୟମାନେ ନୂତନ କାର୍ଯ୍ୟକାରିଣୀ କମିଟିକୁ ଅଭିନନ୍ଦନ ଜଣାଇଥିଲେ।
ଜୟପୁର ଭଣ୍ଡାରି ସଂଘର ସଭାପତି ଭାବରେ ଏ.ପୋଲି ରାଜୁ ନିର୍ବାଚିତ।
