ଜୟପୁର, ୨୮/୧୨: କୋରାପୁଟ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସ୍ୟାମ ହରାଇ ଏକ କାର୍ ରାସ୍ତାପାର୍ଶ୍ୱରେ ଥିବା ସେପ୍ଟି ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣାରେ କାର୍ ଡ୍ରାଇଭର ପ୍ରଶାନ୍ତ ଖରା (ମାଛକୁଣ୍ଡ ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଗାଁର ବାସିନ୍ଦା)ଙ୍କ ମୃତ୍ୟୁ ଘଟିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ ଉଲଟି ପଡ଼ିଥିଲା।
ଘଟଣା ସୂଚନା ପାଇ ସମ୍ପୃକ୍ତ ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଭାରସ୍ୟାମ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ
