ବିଜେପି ସରକାର ବିରୋଧରେ ବିଜେଡି ଯୁବ–ଛାତ୍ରଙ୍କ ପ୍ରତିବାଦ: କୋରାପୁଟରେ ଗର୍ଜିଲେ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ

କୋରାପୁଟ , ୨୮/୦୧ :କେନ୍ଦ୍ରର ବିଜେପି ସରକାରଙ୍କ ଯୁବ ଓ ଛାତ୍ର ବିରୋଧୀ ନୀତି ପ୍ରତିବାଦରେ କୋରାପୁଟ ଜିଲ୍ଲାରେ ବିଜେଡି ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଏକ ଭବ୍ୟ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଶ୍ରୀମତୀ ଇପ୍ସିତା ସାହୁ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ କଠୋର ଆହ୍ବାନ ଜଣାଇଛନ୍ତି।ସଭାକୁ ସମ୍ବୋଧନ କରି ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ ବିଜେପି ସରକାର ଯୁବ ଓ ଛାତ୍ରମାନଙ୍କ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଅନଦେଖା କରୁଛି। ବଢୁଥିବା ବେକାରୀ, ଶିକ୍ଷାର ବାଣିଜ୍ୟିକରଣ ଓ ମୂଲ୍ୟବୃଦ୍ଧି ଯୁବ ସମାଜକୁ ଭୟଙ୍କର ସଙ୍କଟ ଦିଗରେ ନେଇଯାଉଛି। ଏହା ବିରୋଧରେ ସମସ୍ତ ଯୁବ ଓ ଛାତ୍ର ଜାଗ୍ରତ ହେବାକୁ ସେ ଆହ୍ବାନ ଦେଇଥିଲେ।ସେହିପରି ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ଛାତ୍ରମାନଙ୍କ ଭବିଷ୍ୟତ ସୁରକ୍ଷା କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ। ଛାତ୍ରଛାତ୍ରୀମାନଙ୍କ ଅଧିକାର ପାଇଁ ବିଜେଡି ସଦା ସଂଘର୍ଷ କରିଆସୁଛି ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଥିଲେ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ବିଜେଡି ନେତ୍ରୀ ଜେଡପି ସଦସ୍ୟା ଶ୍ରୀମତୀ ସସ୍ମିତା ମେଳକ ସହ ବହୁ ଯୁବ ଓ ଛାତ୍ର ନେତା–କର୍ମୀ ଉପସ୍ଥିତ ଥିଲେ। ସମସ୍ତେ ଏକସ୍ୱରେ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *