ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀଉଦଯାପିତ

କୋରାପୁଟ, ୧୮/୧୧, କୁଂଦ୍ରା ବ୍ଲକ ଅନ୍ତର୍ଗତ ମହକୁମା ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦ୍ରା ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁନ୍ଦ୍ରା ବ୍ଲକ ଅଧ୍ୟକ୍ଷ ତରଣୀ ସେନ ବିଶୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା,ଗୋଷ୍ଠୀ ଶିକ୍ଷା ଅଧିକାରୀ କୁନ୍ଦ୍ରା ରଘୁନାଥ ପାଙ୍ଗି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାପାୟା ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ସେଠୀ, ଲାଛନା ଗୁଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ ପାଢୀ, କୁନ୍ଦ୍ରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତ୍ରିନାଥ ପଣ୍ଡା, ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀ ରେ ବ୍ଲକ ର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ୭୬ ଜଣ ଶିଶୁ ବୈଜ୍ଞାନିକ ସେମାନଙ୍କ ପ୍ରକଳ୍ପ ସହ ଯୋଗ ଦେଇଥିଲେ। ଉଦଯାପନୀ ସନ୍ଧ୍ୟାରେ ରେ ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ସମ୍ମାନୀତ ଅତିଥି ଭାବରେ କୁନ୍ଦ୍ରା ବ୍ଲକ ଅଧ୍ୟକ୍ଷ ତରଣିସେନ୍ ବିଶୋଇ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା, ଗୋଷ୍ଠୀ ଶିକ୍ଷା ଅଧିକାରୀ କୁନ୍ଦ୍ରା ରଘୁନାଥ ପାଙ୍ଗି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାପାୟା ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ସେଠୀ, ସରପଞ୍ଚ କୁନ୍ଦ୍ରା ଲବ ପରଜା, ସମିତି ସଭ୍ୟ ଦାମୋଦର ଗଣ୍ଡା,ଲାଛନା ଗୁଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ ପାଢୀ, କୁନ୍ଦ୍ରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତ୍ରିନାଥ ପଣ୍ଡା ସମ୍ପାଦକ କେ କ୍ରିଷ୍ଣା ମୋହନ ରାଓ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ରେ ସାତ ଟି ପ୍ରକଳ୍ପ ପୋଷଣୀୟ କୃଷି ରେ ଆଦିତ୍ୟ ରଞ୍ଜନ ଦାଡୀୟା, ବିକଶିତ ପ୍ରଦ୍ୟୋଗ ରେ ଅଭିଷେକ ଶତପଥୀ, ସ୍ବାସ୍ଥ୍ୟ ଏବଂ ସୁସ୍ଥତା ରେ ଅର୍ଚ୍ଚିତା ପ୍ରିୟଦର୍ଶିନୀ ସାହୁ, ଜଳ ସଂରକ୍ଷଣ ଓ ପରିଚାଳନା ରେ ହୃଷୀକେଶ ସାବତ, ଗାଣିତିକ ପ୍ରକଳ୍ପ ରେ ପ୍ରୀୟାଂଶି ନାୟକ, ସବୁଜ ଶକ୍ତି ରେ ହେମନ୍ତ ବିଶୋଇ ଓ ବର୍ଜ୍ୟବସ୍ତୁ ପରିଚାଳନା ରେ ରାଜ ଶେଖର ରଥ ଙ୍କ ପ୍ରକଳ୍ପ ବିଚାରକ ଙ୍କ ଦ୍ଵାରା ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି। ଗୋରା ଚାନ୍ଦ ତ୍ରିପାଠୀ ଓ ବି ନଳିନୀ କୁମାର ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ଅରବିନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *