ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ତେଲିସାହିରେ ଶୀଘ୍ର ନିର୍ମାଣ ହେବ ନୂତନ ଡ୍ରେନ ତାଳଚେର ବ୍ଲକ

ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ପାଣି, ତେଲିସାହିରେ ଶୀଘ୍ର ନିର୍ମାଣ ହେବ ନୂତନ ଡ୍ରେନ ତାଳଚେର ବ୍ଲକ

TALCHER
ଦେଉଳବେଡା ତେଲିସାହି ଗ୍ରାମର ହରିଜନ ସାହିରେ ଲଗାତାର ବର୍ଷା ହେତୁ ସମସ୍ତଙ୍କ ଘରେ ପାଣି ପଶିଯାଇଛି। ଏହାଫଳରେ ଗ୍ରାମବାସୀଙ୍କ ଖାଇବା, ଶୋଇବା ଓ ପିଲାମାନଙ୍କ ପାଠ ପଢିବା ସମେତ ଅନେକ ଦୈନନ୍ଦିନ କାର୍ଯ୍ୟରେ ପ୍ରବଳ ଅସୁବିଧା ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ବାସିନ୍ଦା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି।
ଏହି ସମସ୍ୟାକୁ ନେଇ ଗ୍ରାମବାସୀମାନେ ସମାଜସେବୀ ପ୍ରିୟବ୍ରତ ରାୟ ଚୌଧୁରୀଙ୍କୁ ଜଣାଇଥିଲେ। ଏହାପରେ ସେ ଏହି ସମ୍ପର୍କରେ ତାଳଚେର ବିଧାୟକଙ୍କୁ ଅବଗତ କରାଇଥିଲେ। ଅତ୍ୟଧିକ ବର୍ଷା ଯୋଗୁଁ ଏମସିଏଲର ପାଣି ସବୁ ଘରେ ପଶି ଯାଉଥିବାରୁ, ହରିଜନ ସାହିରେ ଏକ ନୂତନ ଡ୍ରେନ ତିଆରି କଲେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଲୋଚନା ହୋଇଥିଲା।
ଏହି ସମସ୍ୟାର ସମାଧାନ ପାଇଁ ବିଧାୟକ ଲିଙ୍ଗରାଜ ଏମସିଏଲର କ୍ଷେତ୍ର ମହାପ୍ରବନ୍ଧକଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ଫଳରେ ଏମସିଏଲ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳକୁ ଆସି ଜାଗା ଚିହ୍ନଟ କରିଛନ୍ତି ଏବଂ ଖୁବ ଶୀଘ୍ର ଏକ ନୂତନ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *