ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଆଗାମୀ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଆଗାମୀ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହ ଠାରେ ଆଗାମୀ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଙ୍କ ସଭାପତିତ୍ୟ ରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମଦକର ସନ୍ଦୀପ ସମ୍ପଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ବୈଠକ ରେ ଜିଲ୍ଲାର 33 ଗୋଟି ଯୁକ୍ତଦୁଇ ଓ 84 ଗୋଟି ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ରର କେନ୍ଦ୍ର ଅଧିକ୍ଷକ , ନୋଡାଲ କେନ୍ଦ୍ର ଅଧିକ୍ଷକ ଓ ସମସ୍ତ ବ୍ଲକ୍ ର ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ରେ 18020  ରେଗୁଲାର, 48 ଏକ୍ସ ରେଗୁଲାର ଓ 564 ଛାତ୍ର ଛାତ୍ରୀ ଦଶମ ଓ 8625 ଛାତ୍ର ଛାତ୍ରୀ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ଶ୍ରୀ ସାହୁ ସୂଚନା ଦେଇଥିଲେ ।ଡକ୍ଟର ସ୍ୱାଇଁ ତୃଟିଶୁନ୍ୟ ପରୀକ୍ଷା ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ ଓ ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ ଉପକରଣ ଗୁଡିକ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯେପରି ନ ଯାଏ ସେଥିପ୍ରତି ଦୃଷ୍ଟି ବେବାକୁ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ସନ୍ଦୀପ ସମ୍ପଦ ନୋଡାଲ କେନ୍ଦ୍ର ଓ ପରୀକ୍ଷା କେନ୍ଦ୍ରରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ପରୀକ୍ଷା କେନ୍ଦ୍ର ନିକଟରେ କୌଣସି ବାହ୍ୟ ଲୋକଙ୍କ ଗତିବିଧି କୁ ସତର୍କ ଦୃଷ୍ଟି ଦିଆଯିବା ବୋଲି  ଆରକ୍ଷୀ ଅଧିକ୍ଷକ କହିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକ ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡ ତରଫରୁ ଜାରି ହୋଇଥିବା ନିୟମାବଳୀ ସମ୍ପର୍କ ରେ ସୂଚନା ଦେଇଥିଲେ। ଉମରକୋଟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ମିଶ୍ର ଅଧିକ୍ଷକ ମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସୁପ୍ରିୟା ନାୟକ ପ୍ରଶ୍ନ ପତ୍ର ର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କହିଥିଲେ।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ଓଁକାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *