ଜିଲ୍ଲାପାଳଙ୍କ ଉପସ୍ଥିତିରେ SIR 2026 ର ସୁବାସିତ ଶୁଭାରମ୍ଭ

ଜିଲ୍ଲାପାଳଙ୍କ ଉପସ୍ଥିତିରେ SIR 2026 ର ସୁବାସିତ ଶୁଭାରମ୍ଭ



_କୋରାପୁଟ ୩୦. ୦୫. ୨୬:_ କୋରାପୁଟ କଫିର ମହକ ସହ ମିଶିଗଲା ଗଣତନ୍ତ୍ରର ମହକ। କୋରାପୁଟ କଫି ପରିସରରେ SVEEP ଅନ୍ତର୍ଗତ SIR 2026ର ଶୁଭାରମ୍ଭ ହେଲା। ଜିଲ୍ଲାପାଳଙ୍କ ହାତରେ SIR 2026 ପତାକା ଉନ୍ମୋଚିତ ହେବା ସାଙ୍ଗକୁ କୋରାପୁଟ କଫିର ମହକରେ ଭାସିଲା ଭୋଟର ସଚେତନତାର ବାର୍ତା।

ଜିଲ୍ଲାପାଳ କହିଲେ, “ଯେମିତି କୋରାପୁଟ କଫି ବିନା ଭେଜାଲରେ ଶୁଦ୍ଧ, ସେମିତି ଆମ ଭୋଟର ତାଲିକା ମଧ୍ୟ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଜରୁରୀ।” BLOମାନେ ନିଷ୍ଠା ଓ ନିରପେକ୍ଷତାର ସହ ଘରକୁ ଘର ଯାଞ୍ଚ କରିବାକୁ ଜିଲ୍ଲାପାଳ ଉପଦେଶ ଦେଲେ। ଆଜିଠାରୁ BLOମାନେ ଘରକୁ ଘର ଯିବେ। ମୃତ, ସ୍ଥାନାନ୍ତରିତ ଓ ଦୁଇଥର ନାମ ବାଦ୍ ପଡିବ। ନୂଆ ୧୮ବର୍ଷୀୟଙ୍କ ନାମ ଯୋଡାଯିବ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବର, ଆଇ.ଏ.ଏସ ପ୍ରୋବେସନର ଅନୁପ ନାୟକ, ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ଡେପୁଟି କଲେକ୍ଟର ନିର୍ବାଚନ ତଥା SVEEP ନୋଡାଲ ଅଫିସର ମଙ୍ଗଳ ଚରଣ ବାସ୍କେ, ଆଦିବାସୀ ଉନ୍ନୟନ ସମବାୟ ନିଗମର ଶାଖା ପରିଚାଳକ ରାକେଶ ବିଶ୍ୱାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଏବଂ ବହୁ BLO ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *