କୋଟପାଡ଼ : ନବମ ଶ୍ରେଣୀ ଛାତ୍ର ପଙ୍କଜ ପଟ୍ଟନାୟକ ନିଖୋଜ; ପରିବାର ପକ୍ଷରୁ ପୋଲିସ ଷ୍ଟେସନରେ ଅଭିଯୋଗ

କୋଟପାଡ଼ : କୋଟପାଡ଼ ସହରରେ ପୁଣି ଜଣେ ନାବାଳକ ଛାତ୍ର ନିଖୋଜ ହୋଇଯାଇଥିବା ଘଟଣା ସାଧାରଣରେ ଚିନ୍ତା ବଢ଼ାଇଛି। କୋଟପାଡ଼ ବି.ଏସ.ବି.ଏନ. ସ୍କୁଲର ନବମ ଶ୍ରେଣୀ ଛାତ୍ର ପଙ୍କଜ ପଟ୍ଟନାୟକ ଗତ ଡିସେମ୍ବର ୨ ତାରିଖରେ ନିଖୋଜ ହୋଇଯାଇଛନ୍ତି। ସେ ବଣ୍ଡାଗୁଡ଼ାର ନିବାସୀ ଶ୍ରୀ ସନ୍ଦୀପ ପଟ୍ଟନାୟକଙ୍କ ପୁତ୍ର ଅଟନ୍ତି।
ସୂଚନା ଅନୁଯାୟୀ, ଛାତ୍ର ପଙ୍କଜ ଡିସେମ୍ବର ୨ ତାରିଖ ସନ୍ଧ୍ୟା ୬ ଟାରେ ଟ୍ୟୁସନ ଯାଇଥିଲେ। ରାତି ୮ ଟାରେ ଟ୍ୟୁସନରୁ ଛୁଟି ହେବା ପରେ ସେ ବାହାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି। ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନଥିଲା।
ଶେଷରେ ନିରୁପାୟ ହୋଇ ପରିବାର ପକ୍ଷରୁ କୋଟପାଡ଼ ପୋଲିସ ଷ୍ଟେସନରେ ଏ ନେଇ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯିବା ସହ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପଙ୍କଜଙ୍କ ସମ୍ପର୍କରେ କୌଣସି ସୁରାକ ମିଳିପାରି ନାହିଁ।
ପୁଅ ନିଖୋଜ ହେବା ପରେ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି:
ଯଦି କୌଣସି ବ୍ୟକ୍ତି ପଙ୍କଜ ପଟ୍ଟନାୟକଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି, ତେବେ ତୁରନ୍ତ ତାଙ୍କର ମୋବାଇଲ୍ ନମ୍ବର ୭୯୭୮୬୩୬୪୦୨ ରେ ଯୋଗାଯୋଗ କରି ପରିବାରକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *