
ଆଦର୍ଶ ବିଦ୍ୟାଳୟ ବୋରିଗୁମ୍ମା ର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ: ଟପର୍ ହେଲେ ସ୍ନେହାରାଣୀ ମେହେର
ବୋରିଗୁମ୍ମା: ୧୫/୪ : ଆଦର୍ଶ ବିଦ୍ୟାଳୟ ବୋରିଗୁମ୍ମା, ତରାଭଟା ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଦ୍ୟାଳୟର ଟପ୍ପର ହୋଇଛନ୍ତି ସ୍ନେହାରାଣୀ ମେହେର। ସେ ସମୁଦାୟ ୯୮.୨ % ମାର୍କ ରଖି ବିଦ୍ୟାଳୟ ର ଟପର୍ ହୋଇଛନ୍ତି। ସେହିପରି ଅର୍ପିତା ପ୍ରିୟଦର୍ଶନୀ ରାଉତ- ୯୫.୮% ମାର୍କ, ଅଂଶୁମାନ ହୋତା- ୯୩ % ମାର୍କ, ସଂସ୍କୃତି ମୋହାପାତ୍ର- ୯୨ % ମାର୍କ ନୈନା ପଣ୍ଡା- ୯୦.୮ % ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ବୋରିଗୁମ୍ମା ବ୍ଳକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରାଭଟା ର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ଦକ୍ଷ ନେତୃତ୍ବ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଷ୍ଠାପର ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
