ଜୟପୁର, ୨୮/୧୨ : ଜୟପୁର ସହର ଅନ୍ତର୍ଗତ ପରାବେଡା ଶ୍ରୀରାମ ନଗର ଅଞ୍ଚଳରେ ଏକ ଘର ଛାତ ଉପରେ ସ୍ଥାପିତ ମୋବାଇଲ୍ ଟାୱାରରେ ହଠାତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି।
ଘଟଣା ଘଟିଥିବା ସମୟରେ ସ୍ଥାନୀୟ ଲୋକେ ଧୂଆଁ ଓ ଆଗୁନ୍ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଜୟପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ସମୟୋଚିତ ପଦକ୍ଷେପ ନେଇ ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନଥିବା ବେଳେ, ମୋବାଇଲ୍ ଟାୱାରର କିଛି ଯନ୍ତ୍ରାଂଶ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।
ଜୟପୁର ପରାବେଡାରେ ମୋବାଇଲ୍ ଟାୱାରରେ ଅଗ୍ନିକାଣ୍ଡ,ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କଲା
