ଜୟପୁର, ୨୮/୧୨ : ଓଡ଼ିଶା ସରକାର ବ୍ରହ୍ମପୁର – ଜୟପୁର ପର୍ଯ୍ୟନ୍ତ ଏକ ୬-ଲେନ୍ ଏକ୍ସପ୍ରେସୱେ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ମୋଟ ଖର୍ଚ୍ଚ ପ୍ରାୟ ୬,୦୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ମୋଟ ୨୮୭ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସୱେ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ମାଧ୍ୟମରେ ଯାଇଥିବା ବେଳେ ପ୍ରାୟ ୨୩୦ କିଲୋମିଟର ଅଂଶ ପୂର୍ବ ଘାଟ ପର୍ବତ ଶୃଙ୍ଖଳ ମାଧ୍ୟମରେ ଗତି କରିବ।
ଏହି ଏକ୍ସପ୍ରେସୱେ ନିର୍ମାଣ ହେଲେ ବର୍ତ୍ତମାନର ପ୍ରାୟ ୮ ଘଣ୍ଟାର ଯାତ୍ରା ସମୟ କମି ୫ ଘଣ୍ଟାକୁ ଆସିବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପଟି ବିଜୁ ଏକ୍ସପ୍ରେସୱେ ପର୍ଯ୍ୟାୟ–୨ ଅନ୍ତର୍ଗତ ରହିଥିବା ଜଣାପଡ଼ିଛି। ଏହା ଦକ୍ଷିଣ ଓଡ଼ିଶାର ଆର୍ଥିକ, ବ୍ୟବସାୟିକ ଓ ପର୍ଯ୍ୟଟନ ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
ବ୍ରହ୍ମପୁର–ଜୟପୁର ୬-ଲେନ୍ ଏକ୍ସପ୍ରେସୱେ ଘୋଷଣା, ଖର୍ଚ୍ଚ ୬,୦୦୦ କୋଟି
